ଛତିଶଗଡ଼ର ବିଳାସପୁରରେ ମାଲବାହୀ ଟ୍ରେନ୍ ସହିତ ଧକ୍କା ହୋଇଥିଲା ମେମୁ ଯାତ୍ରୀବାହୀ ଟ୍ରେନର ଏକ କୋଚ୍। ଏହି ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଲା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । କଣ ପାଇଁ ଟ୍ରାକ୍ ଉପରେ ଘଟିଲା ଏତେ ବଡ଼ ଦୁର୍ଘଟଣା, ସାମ୍ନାକୁ ଆସିଲା କାରଣ । ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡିଛି ପାସେଞ୍ଜର ଟ୍ରେନ୍ ଦୁର୍ଘଟଣାର କାରଣ। ରେଲଓ୍ୱେର ପ୍ରାରମ୍ଭିକ ସୂଚନା ଅନୁସାରେ ମେମୁ ଟ୍ରେନ ସିଗନାଲ ଭାଙ୍ଗିବାରୁ ଦୁର୍ଘଟଣା ହୋଇଛି । ଟ୍ରେନଟି ସିଗନାଲ ନମାନି ଆଗକୁ ମାଡ଼ିଯିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଲା । ମାଲବାହୀ ଟ୍ରେନକୁ ଯାତ୍ରୀବାହୀ ଟ୍ରେନ ପଛରୁ ପିଟିବାରୁ ଏଭଳି ଘଟିଥିବା କୁହାଯାଉଛି। ରେଳବାଇ କହିଛି ଯେ ଘଟଣାର ତଦନ୍ତ କରାଯାଉଛି। ବୈଷୟିକ ବିଶେଷଜ୍ଞମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଷ୍ଟେସନ ଚାରିପାଖରେ ରେଳ ଚଳାଚଳ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା, କିନ୍ତୁ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି।














