୨୦୧୮କୁ ବିଦାୟ ଦେଇ ଆଗମନ କରୁଛି ୨୦୧୯ । ପୁରୁଣା ବର୍ଷର ତିକ୍ତ ମଧୁର ଅନୁଭୂତିକୁ ପଛରେ ପକାଇ ପୁଣି ଏକ ନୂତନ ବର୍ଷକୁ ସ୍ୱାଗତ କରିବାର ଅବସର. କ୍ୟାଲେଣ୍ଡରର ପୃଷ୍ଠା ଓଲଟିବା ସହ ସମସ୍ତଙ୍କ ମନରେ ଭରି ଦେଇଛି ନୂଆ ସ୍ବପ୍ନ ଓ ନୂଆ ସମ୍ଭାବନା. ସାରା ବିଶ୍ବରେ ଜିରୋ ନାଇଟ ସେଲିବ୍ରେସନ ମାହୋଲ । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ହୋଟେଲ ଓ ରେସ୍ତୁରାଁରେ ନୂଆବର୍ଷର ଆସର । ମନ୍ଦିର, ମସଜିଦ, ଚର୍ଚ୍ଚ, ଗିର୍ଜାରେ ବି ନୂଆବର୍ଷ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ. ନୂତନ ସୂର୍ଯ୍ୟୋଦୟର କିରଣ ସମୃଦ୍ଧ ସମ୍ଭାବନାର ବର୍ଷ ହେଉ.

LEAVE A REPLY

Please enter your comment!
Please enter your name here