ଆଜି ଆରଆଇ ଓ ଅମିନ ପାଇଁ ଅନଲାଇନ୍ ପରୀକ୍ଷା ଥିଲା । ସକାଳ ୮ଟାରେ ପ୍ରଥମ ସିଟିଂ ପରୀକ୍ଷା ହୋଇଥାଆନ୍ତା । RI ଓ ଅମିନ ପରୀକ୍ଷା ହେବା ପୂର୍ବରୁ ବଡ଼ ଅସୁବିଧା ସୃଷ୍ଟି ହୋଇଛି । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ହେବା ଦ୍ୱାରା ପରୀକ୍ଷାର୍ଥୀମାନେ ବିଳମ୍ବରେ କେନ୍ଦ୍ର ଭିତରକୁ ଯାଇଛନ୍ତି । ପରୀକ୍ଷାର୍ଥୀମାନେ ୭ ଟା ୩୦ରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାର ଥିଲା । ସର୍ଭର ଡାଉନ୍ ହେବା ଦ୍ୱାରା ପରୀକ୍ଷାର୍ଥୀମାନେ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଅର୍ଥାତ୍ ୮ଟା ୪୫ ବେଳକୁ କେନ୍ଦ୍ର ଭିତରକୁ ଯାଇଥିଲେ । ଭୁବନେଶ୍ଵର ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ପଟିଆ, ନୟାପଲ୍ଲୀ, ପୁରୀର କାକଟପୁର, ବ୍ରହ୍ମପୁର ଆଦି ସ୍ଥାନ ମାନଙ୍କରେ ଏଭଳି ସମସ୍ୟା ହୋଇଥିବା ଦେଖାଯାଇଛି । ଏଥିପାଇଁ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ଆରଆଇ ଓ ଅମିନ ପରୀକ୍ଷାରେ ମଧ୍ୟ ଅସୁବିଧା ଦେଖାଦେଇଥିଲା । ବିଭିନ୍ନ ସ୍ଥାନରେ ପରୀକ୍ଷା କରିବାକୁ ଅନିୟମିତତାର ଅଭିଯୋଗ ଆସିଥିଲା ।

LEAVE A REPLY

Please enter your comment!
Please enter your name here