ପୁଣି ଓଡିଶା ପୋଲିସକୁ ମିଳିଛି ବଡ ଧରଣର ସଫଳତା । ଚିତ୍ରକୋଣ୍ଡା ପପଲୁରୁ ଅଂଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳାଙ୍କ ସମେତ ୪ ଜଣ କ୍ୟାଡର ପ୍ରାଣ ହରାଇଛନ୍ତି । ମାଲକାନଗିରି ଜିଲ୍ଲା କାଲିମଳା ବ୍ଲକ୍‌ ଅନ୍ତର୍ଗତ ଭେଜଙ୍ଗଓ୍ଵାଡ଼ା ସ୍ଥିତ ସୁଧାପଣ୍ଡା ଜଙ୍ଗଲରେ ମାଓବାଦୀ- ପୁଲିସ ଗୁଳି ବିନିମୟ ଚାଲିଛି । ଗତ ୨୪ ଘଣ୍ଟା ଧରି ଚାଲିଥିବାଏହି ଗୁଳି ବିନିମୟରେ ବର୍ତ୍ତମାନ ସୁଦ୍ଧା ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପଟେ ଏସଓଜି ଯବାନମାନେ ମାଓ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିବା ସୂଚନା ମିଳିଛି। ଏହା ସହିତ ସେଠାରୁ ଏସଏଲଆର ବନ୍ଧୁକଗୁଡ଼ିକୁ ମଧ୍ୟ ପୁଲିସ ଜବତ କରିଛି
ସୁଚନାନୁସାରେ ଚିତ୍ରକୋଣ୍ଡାରେ ମାଓ କ୍ୟାମ୍ପ ନେଇ ସୂଚନା ମିଳିବା ପରେ ଓଡିଶା ପୋଲିସର ଏସଓଜି ଯବାନଙ୍କ ଏକ ଟିମ୍ ଗତକାଲି ରାତିରେ କମ୍ବିଂ ଅପରେସନ ଆରମ୍ଭ କରିଥିଲା । ସେହି ସମୟରେ ପ୍ରଥମେ ମାଓବାଦୀମାନେ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ । ଏହା ପରେ ଯବାନମାନେ ପାଲଟା ଜବାବ ଦେଇଥିଲେ । ପୁଲିସ ଡିଜି ଆର. ପି ଶର୍ମା ଓଡିଶା ପୁଲିସ ପାଇଁ ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି କହିଛନ୍ତି । ସଠିକ ଗୁଇନ୍ଦା ସୁଚନା ମିଳିବା ପରେ ମାଓବାଦୀ କ୍ୟାମ୍ପ ଉପରେ ପୁଲିସ ଯୋଜନାମୁତାବକ ଚଢାଉ କରିଥିଲା ଏବଂ ସଫଳତା ପାଇଛି । ଏସଓଜି ଓ ବିଏସଏଫ ଯବାନଙ୍କ ସହ ଘଟଣାସ୍ଥଳରେ ମିଳିତ କମ୍ବିଂ ଚାଲିଛି ।

LEAVE A REPLY

Please enter your comment!
Please enter your name here