ପିତବାସ ପଣ୍ଡା ହତ୍ଯା ମାମଲାର ମୁଖ୍ଯ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ। ୨୦୯ ଓକିଲ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ପିଟିସନ ଦାଖଲ କରିଛନ୍ତି । ବ୍ରହ୍ମପୁର SDJM କୋର୍ଟରେ ୱକାଲତନାମା ଦାଖଲ କଲେ ଆଇନଜୀବୀ । ପୂର୍ବରୁ ୪୦ରୁ ଅଧିକ ଓକିଲ ବିକ୍ରମଙ୍କ ସପକ୍ଷରେ ୱକାଲତନାମା ଦାଖଲ କରିଥିଲେ । ଗତକାଲି ବିକ୍ରମଙ୍କ ଓକିଲଙ୍କ ପକ୍ଷରୁ ଏକ ପିଟିସନ ଦାଖଲ ହୋଇଥିଲା। ଏଥିରେ ପୀତବାସଙ୍କ ହତ୍ୟାରେ ବିକ୍ରମଙ୍କ କିଛି ସଂପୃକ୍ତି ନାହିଁ ଦର୍ଶାଇ ପିଟିସନ ଦାଖଲ ହୋଇଥିଲା । ଏହାକୁ ବିରୋଧ କରି ୨୦୯ ଆଇନଜୀବୀ ପିଟିସନ ଦାଖଲ କରିଛନ୍ତି ।ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ୍ ବ୍ରହ୍ମପୁରର ବରିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି । ଏହି ହତ୍ଯା ମାମଲାରେ ପୋଲିସ ୧୪ଜଣଙ୍କୁ ଗିରଫ କରିସାରିଛି , ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ ସାର୍ପ ସୁଟର କୁରୂପତି ଭୂୟାଁ ଗତ ତିନି ତାରିଖରେ ଆତ୍ମସମର୍ପଣ କରିଛନ୍ତି । ପରବର୍ତ୍ତୀ ସମୟରେ ଜୟପୁରର ସୁନୀଲ ହୋତା ଓ ବିଜେଡି ନେତା ଶୂନ୍ୟ ଦାସଙ୍କୁ ଗିରଫ କରିଥିଲା । ଉଭୟଙ୍କୁ ପୋଲିସ ଜେରା କରୁଛି ।














