ଆରବିଆଇ ଗଭର୍ଣ୍ଣର ପଦରେ ଥିବା ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଏବେ ଶକ୍ତିକାନ୍ତ ଦାସଙ୍କୁ ଆରବିଆଇ ଗଭର୍ଣ୍ଣର ପଦରେ ନିଯୁକ୍ତ କରାଯାଇଛି. ପୂର୍ବତନ ଅର୍ଥ ସଚିବ ଥିବା ଶକ୍ତିକାନ୍ତଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି ବୋଲି ସୂଚନା ରହିଛି. ତେବେ ବର୍ତ୍ତମାନ ଶକ୍ତିକାନ୍ତ ଅର୍ଥ କମିଶନ୍ ର ସଦସ୍ୟ ରୂପେ କାର୍ଯ୍ୟ କରୁଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୋମବାର ଆରବିଆଇର ପୂର୍ବତନ ଗଭର୍ଣ୍ଣର ରୂପେ କାର୍ଯ୍ୟ କରୁଥିବା ଉର୍ଜିତ ପଟେଲ ଏହି ପଦରୁ ଇସ୍ତଫା ଦେଇଥିଲେ. ମଙ୍ଗଳବାର ଶକ୍ତିକାନ୍ତଙ୍କୁ ଏହି ନୂଆ ଦାୟିତ୍ୱ ହସ୍ତାନ୍ତର କରାଯାଇଛି.

LEAVE A REPLY

Please enter your comment!
Please enter your name here