ଆମେରିକାରେ ସଟଡାଉନ ଏପର୍ଯ୍ୟନ୍ତ ଲାଗି ରହିଛି । ଏବେ ବିମାନ ଚଳାଚଳରେ ସଙ୍କଟଜନକ ସ୍ଥିତି ଦେଖା ଦେଇଛି । ରବିବାର ଦିନ ବିମାନ କମ୍ପାନି ୩୩୦୦ ଉଡାଣ ରଦ୍ଦ କରିଛନ୍ତି । ପରିବହନ ମନ୍ତ୍ରୀ ସିନ ଡଫି ଚେତାବନୀ ଦେଇ କହିଛନ୍ତି, ଯଦି ଟ୍ରମ୍ପ ସରକାରଙ୍କ ସରକାରୀ କାମ ପାଇଁ ଅର୍ଥର ଅଭାବ ଏମିତି ଜାରି ରହେ ତେବେ ପୂରା ଦେଶରେ ବିମାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ୍ ହୋଇପାରେ । ବିମାନ ଉଡାଣରେ ହୋଇଥିବା ବ୍ୟାପକ କ୍ଷତି ପରେ ସରକାରୀ ସଟଡାଉନ ସମାପ୍ତ ହେବାର ସଙ୍କେତ ମିଳିଛି । ଏପରି ସମୟରେ ଡେମୋକ୍ରାଟିକ ପାର୍ଟିର ଏକ ଗୋଷ୍ଠୀ ସ୍ବାସ୍ଥ୍ୟ ସେବାରେ ସବସିଡି ବିସ୍ତାର ନେଇ ଗ୍ୟାରେଣ୍ଟୀ ବିନା ଆଲୋଚନା କରିବାକୁ ସମ୍ମତି ଜଣାଇଛି । ତଥାପି ଅନେକ ସଦସ୍ୟ ଏହାକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି । ସେମାନଙ୍କ ମତ, ଆମେରିକୀୟ ଜନସାଧାରଣଙ୍କ ହିତରେ ସବସିଡିକୁ ନେଇ ଲଢେଇ ଜାରି ରହିବା ଉଚିତ । ଆମେରିକା ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ ,ଦେଶ ସଟଡାଉନ ମଧ୍ୟରେ ସମଗ୍ର ଦେଶରେ ଉଡାଣ ଚଳାଚଳ କମ କରିବାକୁ ଆଦେଶ ଦେଇଛନ୍ତି ସେଥିପାଇଁ ଅନେକ ବିମାନ କମ୍ପାନିର ଅଧିକାରୀ ଏବଂ କର୍ମଚାରୀ ବେତନ ନ ମିଳିବା କାରଣରୁ କାମ ବନ୍ଦ କରି ଦେଇଛନ୍ତି । ବିମାନ ଚଳାଚଳରେ ବୃଦ୍ଧି ହୋଇଥିବା ବିଘ୍ନକୁ ଦୃଷ୍ଟିରେ ରଖି ଟ୍ରମ୍ପ ସରକାର ବିମାନ ଉଡାଣ ସଂଖ୍ୟା କମେଇବା ପାଇଁ ନିର୍ଦ୍ଦେଶ ଜାରି କରିଛି । କେବଳ ରବିବାର ଦିନ ପ୍ରାୟ ୭ ହଜାର ଉଡାଣ ବିଳମ୍ବିତ ହୋଇଥିଲା ଏବଂ ୨୧୦୦ରୁ ଅଧିକ ଉଡାଣ ରଦ୍ଦ କରାଯାଇଛି । ଏହା ପୂର୍ବରୁ ଶୁକ୍ରବାର ୧୦୦୦ ଓ ଶନିବାର ୧୫୦୦ରୁ ଅଧିକ ଉଡାଣ ବାତିଲ୍ ହୋଇଥିଲା ।

LEAVE A REPLY

Please enter your comment!
Please enter your name here