ପଞ୍ଜାବ ଲୁଧିଆନାରେ ଏକ ଆତଙ୍କୀ ମଡ୍ୟୁଲକୁ ଠାବ କରାଯାଇଛି । ଆତଙ୍କବାଦୀ ସଂଗଠନ ଆଇଏସ୍ଆଇ ଦ୍ୱାରା ପରିଚାଳିତ ମଡ୍ୟୁଲ୍‌କୁ ଧ୍ୱଂସ କରିବାରେ ସଫଳ ହୋଇଛି ଲୁଧିଆନା କମିଶନରେଟ୍ ପୋଲିସ । ଲୁଧିଆନାରୁ ଆଜି ୧୦ ଜଣ ଆଇଏସ୍ଆଇ ସଦସ୍ୟକୁ ଗିରଫ କରାଯାଇଛି । ସେମାନେ ମଧ୍ୟ ଏକ ବଡ଼ ଧରଣର ହମଲା ପାଇଁ ଷଡ଼ଯନ୍ତ୍ର ରଚୁଥିବା କହିଛନ୍ତି ପଞ୍ଜାବ ଆରକ୍ଷୀ ମହାନିର୍ଦ୍ଦେଶକ ଗୌରବ ଯାଦବ । ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ଯେ ଅଭିଯୁକ୍ତମାନେ ବିଦେଶୀ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲେ । ଗିରଫ ସମୟରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଯେଉଁଥିରେ ଗ୍ରେନେଡ୍ ମଧ୍ୟ ରହିଛି । ମ୍ୟାଲେସିଆର ତିନି ଜଣ କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ପାକିସ୍ତାନ-ଭିତ୍ତିକ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗରେ ରହି ଗ୍ରେନେଡ୍ ଉଠାଇବା ଏବଂ ବିତରଣ କରିବା କାମ କରୁଥିଲେ । ରାଜ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ଜନବସତି ଅଞ୍ଚଳରେ ଗ୍ରେନେଡ୍ ଆକ୍ରମଣ କରିବା ପାଇଁ ଏମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here