ବହୁତ୍ ଜଲଦି ନୂଆପଡ଼ା ବିଧାନସଭା ନିର୍ବାଚନୀ ମଣ୍ଡଳୀକୁ ମିଳିବ ନୂତନ ବିଧାୟକ । ଆଉ କିଛି ସମୟ ପରେ ଜନାଦେଶ ସ୍ପଷ୍ଟ ହୋଇଯିବ। ପଞ୍ଚମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଆଗରେ ରହିଛନ୍ତି । କିନ୍ତୁ ମୁଖ୍ୟ ବିରୋଧୀ ଦଳ ଆସନରେ ବସୁଥିବା ବିଜେଡ଼ିକୁ ନିରାଶ ହେବାକୁ ପଡ଼ିଛି । ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଦ୍ୱିତୀୟ ନୁହେଁ ବରଂ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଗତ ସାଧାରଣ ନିର୍ବାଚନରେ ଦ୍ୱିତୀୟରେ ଥିବା ଘାସିରାମ ମାଝୀ ତଥା କଂଗ୍ରେସ ପ୍ରାର୍ଥୀ ନିଜ ସ୍ଥାନରେ ରହିଛନ୍ତି । ଷଷ୍ଠ ରାଉଣ୍ଡ୍ ଗଣତି ସୁଦ୍ଧା ଜୟ ଢୋଲକିଆଙ୍କ ସପକ୍ଷରେ ୩୦,୬୪୮ ମତଦାନ ଆସିଥିବାବେଳେ ବିଜେଡ଼ିର ସ୍ନେହାଙ୍ଗିନୀ ଛୁରିଆ ୮,୬୪୬ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଓ କଂଗ୍ରେସର ଘାସିରାମ ମାଝୀ ୭,୮୯୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ଘାସିରାମ ଏବଂ ସ୍ନେହାଙ୍ଗିନୀଙ୍କ ମଧ୍ୟରେ ଅଧିକ ଭୋଟର ବ୍ୟବଧାନ ନାହିଁ । ପଞ୍ଚମ ରାଉଣ୍ଡରେ ଦ୍ୱିତୀୟରେ ଥିବା କଂଗ୍ରେସ ଷଷ୍ଠ ରାଉଣ୍ଡରେ ତଳକୁ ଖସିଥିଲା । ଏବେ ଏହି ଦୁଇ ପ୍ରାର୍ଥୀଙ୍କ ଭୋଟରେ ପରିବର୍ତ୍ତନ ହୋଇ ଉପର ତଳ ହେଉଥିବାବେଳେ ଜୟ ଢୋଲକିଆ ଆରମ୍ଭରୁ ହିଁ ଆଗରେ ରହିଛନ୍ତି ।














