ସମାଜକୁ ବଦଳାଇବାକୁ ହେଲେ ପ୍ରଥମେ ବ୍ୟକ୍ତିକୁ ବଦଳିବାକୁ ପଡିବ । ବ୍ୟକ୍ତି ବଦଳିଲେ ପରିବାର ବଦଳିବ ଏବଂ ପରିବାର ବଦଳିଲେ ସମାଜ ବଦଳିବ । ପରିବର୍ତ୍ତନ ସମାଜର ଏକ ଅପରିବର୍ତ୍ତନୀୟ ପ୍ରକ୍ରିୟା ବୋଲି ଦଶବାଟିଆ ବ୍ରହ୍ମାକୁମାରୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋ ନିକଟସ୍ଥ ଦଶବାଟିଆ ବ୍ରହ୍ମାକୁମାରୀ କେନ୍ଦ୍ର ପରିସରରେ ଲାଇଟ୍ ହାଉସ୍ କଂପ୍ଲେକ୍ସର ଶିଳାନ୍ୟାସ କରି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି । ବ୍ରହ୍ମାକୁମାରୀ ଏକ ଅନୁଷ୍ଠାନ ନୁହେଁ, ଅଭିଯାନ ବୋଲି ବର୍ଣ୍ଣନା କରିଥିଲେ । ଦି ଇୟର ଅଫ୍ ପଜିଟିଭ୍ ଚେଞ୍ଜ – ଥିମ୍ ଶୁଭାରମ୍ଭ କରିବା ସହ ପରିବର୍ତ୍ତନ ସବୁ ସମୟ ପାଇଁ ଏକ ନିଶ୍ଚିତ ସତ୍ୟ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here