ନୂଆପଡ଼ାରେ ବିଜେପିର ବିଜୟ ହେବାପରେ ରାଜ୍ୟରେ ବିଜେପି ଦଳକୁ ମିଳିଛି ସଫଳତା। ବୃହତ ଜନାଦେଶ ସହିତ ନୂଆପଡ଼ା ବିଧାନସଭା ଆସନକୁ ଦଖଲ କରିଛି ବିଜେପି,ହେଲେ ଉପନିର୍ବାଚନର ଫଳାଫଳ ବିଜେଡ଼ିକୁ ଶକ୍ତ ଧକ୍କା ଦେଇଛି। କାରଣ ୨୫ ବର୍ଷର ଶାସନ ପରେ କ୍ଷମତାଚ୍ୟୁତ ହୋଇଥିବା ବିଜୁ ଜନତା ଦଳକୁ ନୂଆପଡ଼ାରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାରମ୍ବାର ନୂଆପଡ଼ାରେ ପ୍ରଚାର କରିଥିଲେ ହେଁ ଭୋଟରଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଛନ୍ତି। ନବୀନ କ୍ରେଜ ନୂଆପଡ଼ାରେ ଫିକା ପଡ଼ିଯାଇଛି। ରାଜନୀତିରେ ୨୫ ବର୍ଷର ଅଭିଜ୍ଞତା ଶେଷରେ ହାର ମାନିଛି। ଏହି ପରାଜୟ ପରେ ବିଜେଡି ଶିବିରରେ ନିରାଶା ଦେଖିବାକୁ ମିଳିଛି। ଏହି ନିର୍ବାଚନରେ ଜୟ ଢୋଲକିଆ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠାରୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ମିଳିଥିବାବେଳେ ଘାସିରାମ ମାଝୀଙ୍କୁ ୪୦ ହଜାର ଖଣ୍ଡ ଭୋଟ ମିଳିଛି ।

LEAVE A REPLY

Please enter your comment!
Please enter your name here