ଜମ୍ମୁ କାଶ୍ମୀର ନୌଗାମ ପୋଲିସ ଷ୍ଟେସନରେ ହୋଇଛି ଭୟଙ୍କର ବିସ୍ଫୋରଣ । ଦିଲ୍ଲୀ ଲାଲକିଲ୍ଲା ଆତଙ୍କବାଦୀ ବିସ୍ଫୋରଣ ମାମଲା ସହିତ ଜଡ଼ିତ ହରିୟାଣାର ଫରିଦାବାଦରୁ ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀ, ଯାହାକୁ ନୌଗାମ ପୋଲିସ ଥାନାରେ ଗଚ୍ଛିତ ରଖାଯାଇଥିଲା, ଶୁକ୍ରବାର ବିଳମ୍ବିତ ରାତିରେ ଫରେନସିକ ଟିମ୍ ଜବତ ବିସ୍ଫୋରକ ସାମଗ୍ରୀର ନମୁନା ସଂଗ୍ରହ ବେଳେ ଏଭଳି ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏହି ଘଟଣା ଘଟିଥିବା ବେଳେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ଶବ୍ଦ ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା । ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ୨୯ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ,”ହ୍ୱାଇଟ୍ କଲର” ଆତଙ୍କବାଦୀ ମଡ୍ୟୁଲ୍ ମାମଲାରେ ହରିୟାଣାର ଫରିଦାବାଦରୁ ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀ ଏକ ଘରେ ରଖାଯାଇଥିଲା । ଶୁକ୍ରବାର ରାତି ପ୍ରାୟ ୧୧:୨୨ ମିନିଟରେ ଫୋରେନ୍ସିକ ଅଧିକାରୀମାନେ ସେଥିରୁ କିଛି ନମୁନା ସଂଗ୍ରହ କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଗୁରୁତର ଆହାତ ହୋଇଛନ୍ତି । କିଛି ଆହାତମାନଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲା ସହିତ ଜଡିତ ଆତଙ୍କୀ ମଡ୍ୟୁଲ୍ ଉପରେ ଚାଲିଥିବା ତଦନ୍ତର କେନ୍ଦ୍ରରେ ଏହି ପୋଲିସ ଷ୍ଟେସନ ରହିଛି । ବିସ୍ଫୋରଣର ଶିକାର ହୋଇଥିବା ଲୋକମାନେ ଅଧିକାଂଶ ପୋଲିସ କର୍ମଚାରୀ ଏବଂ ଫୋରେନସିକ୍ ଅଧିକାରୀ ଅଟନ୍ତି । ପୋଲିସ ଷ୍ଟେସନର ଏକ ଅଂଶ ଭୁଶୁଡ଼ି ପଡିଛି ଏବଂ ଘଟଣା ସ୍ଥଳରେ ଥିବା ଅନେକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।














