ବିହାରରେ ୨୦୨ ସିଟ ଦଖଲ କରି ଐତିହାସିକ ବିଜୟ ହାସଲ କରିଛି ଏନଡିଏ । ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ ବିଜୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ରାଜ୍ୟ ନିର୍ବାଚନ ପ୍ରଭାରୀ ଭାବେ ତାଙ୍କ ଦାୟିତ୍ୱ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଏହା ବିହାରର ଜନତାଙ୍କ ବିଜୟ । ବିହାର ପ୍ରଜାତନ୍ତ୍ରର ପ୍ରତିବଦ୍ଧତାକୁ ମୁଁ ମୁଣ୍ଡ ନୁଆଁଇ ସ୍ୱାଗତ କରୁଛି । ବିହାର ବିକାଶ ପାଇଁ ଭୋଟ ଦେଇଛି । ବିହାର କାମକୁ ଭରସା କରିଛି । ବିହାର ଏନଡିଏକୁ ଭରସା କରିଛି । ବିହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଭରସା କରିଛି । ଚିରାଗ ପାଶଓ୍ବାନ, ଉପେନ୍ଦ୍ର କୁଶଓ୍ବାହ, ଜିତେନ୍ଦ୍ର ମାଝୀ ତମାମ ନେତୃତ୍ୱଙ୍କୁ ଭରସା କରିଛି । ଯେଉଁଥିପାଇଁ ମୁଁ କୃତଜ୍ଞତା ଜ୍ଞାପନ କରୁଛି ।ସେ ଏହା ମଧ୍ୟ କହିଛନ୍ତି, “ପ୍ରଥମ ଦିନରୁ ହିଁ ଜନମତ ଏନଡିଏ ସପକ୍ଷରେ ଥିଲା । ସମସ୍ତେ ଏକାଠି ହୋଇ କାର୍ଯ୍ୟକରିବା ଯୋଗୁଁ ଆମର ଜିତ ହୋଇଛି । ଆମେ ବିରୋଧିଙ୍କର ତମାମ ନକରାତ୍ମକ କଥା, ମୁଦ୍ଦା, ରାଲିରୁ ଜାଣିଥିଲୁ ଯେ ଆମେ ବିଜୟୀ ହେବୁ । ବିରୋଧିଙ୍କର ନକରାତ୍ମକ କଥାକୁ ଜନତା ବିଶ୍ୱାସ କରିବେନି ଓ ବିରୋଧୀଙ୍କୁ ପ୍ରତ୍ୟାଖ୍ୟାନ କରିବା ନେଇ ଆମେ ବିଶ୍ୱାସ ରଖିଥିଲୁ । ଯେପର୍ଯ୍ୟନ୍ତ ପୂର୍ବୋଦୟ ରାଜ୍ୟର ବିକାଶ ନ ହୋଇଛି ଭାରତର ବିକାଶ ହେବ ନାହିଁ । ଆମର ଦାୟିତ୍ୱ ପଶ୍ଚିମବଙ୍ଗ ଜନତାଙ୍କୁ ବିକାଶ ଦିଗରେ ନେବା ଓ ସେଠାରେ ବିକାଶ କରିବା ।”

LEAVE A REPLY

Please enter your comment!
Please enter your name here