ଦୀର୍ଘ ଦିନର ବିବାଦ ପରେ ଏକାଠି ହେଲେ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନର ଦୁଇ ଗୋଷ୍ଠୀ । ଏବେ ଆଉ ଅଲଗା ଅଲଗା ହେବନି ‘ଅଲ୍ ଓଡିଶା ଲୟର୍ସ ଆସୋସିଏସନର କନଫରେନ୍ସ’ । ଗତ ୨୦୧୬ ମସିହାରୁ ସମାନ୍ତରାଳ ଭାବେ ଚାଲୁଥିବା All Odisha Lawyers Associationର ଦୁଇ ସଂଘ ସବୁ ବାଦ ବିବାଦକୁ ପଛରେ ଛାଡ଼ି ଏକାଠି ହୋଇଛନ୍ତି । ଏନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁର ବାର୍ ଆସୋସିଏସନର ଆହ୍ବାନ କ୍ରମେ ଉଭୟ ସଂଘ ଏକ ହୋଇଛନ୍ତି । ଏଥିପାଇଁ ଅଲ୍ ଓଡିଶା ଲୟର୍ସ ଆସୋସିଏସନ ସଭାପତି, ଶିଶିର ପାଢୀ କହିଛନ୍ତି,” ଏକାଠି ହୋଇଛନ୍ତି ଅଲ୍ ଓଡିଶା ଲୟର୍ସ ଆସୋସିଏସନର ଦୁଇ ଗୋଷ୍ଠୀ । ଯାହା ଗତ ୨୦୧୬ ମସିହାରୁ ଦୁଇଟି ସଂଗଠନରେ ବିଭକ୍ତ ହୋଇ ସମାନ୍ତରାଳ ଭାବେ କାର୍ଯ୍ୟକ୍ରମ କରୁଥିଲେ । ସମ୍ବଲପୁର ବାର୍ ଆସୋସିଏସନର ଆହ୍ବାନ ଉଭୟ ପକ୍ଷ ଏକାଠି ହୋଇଛନ୍ତି । ଆସନ୍ତା ଡିସେମ୍ବର ୨୯ ଓ ୩୦ ତାରିଖରେ ସମ୍ବଲପୁରରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ସମାବେଶ ଅନୁଷ୍ଠିତ ହେବ ।”ସାରା ରାଜ୍ଯରେ ଥିବା ୧୮୦ରୁ ଉର୍ଦ୍ଧ୍ବ ବାର୍ ଆସୋସିଏସନ ପାଇଁ ଏହା ବଡ ଗୁରୁତ୍ବପୂର୍ଣ୍ଣ । ଅନ୍ୟ ପକ୍ଷରେ ଆସନ୍ତା ଡିସେମ୍ବର ୨୯ ଓ ୩୦ ତାରିଖରେ ସମ୍ବଲପୁରରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ସମାବେଶ ଅନୁଷ୍ଠିତ ହେବ । ଏଥିରେ ପ୍ରତିନିଧିତ୍ବ କରିବେ ଅଲ୍ ଓଡିଶା ଲୟର୍ସ ଆସୋସିଏସନର ସଭାପତି, ଶିଶିର ପାଢୀ ଏବଂ ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆଇନଜୀବୀମାନେ ଅଂଶଗ୍ରହଣ କରିବେ । ଚଳିତ ବର୍ଷ ଏହି ବୈଠକରେ ରାଜ୍ଯରେ ଗୋଟିଏ ଆଇନଜୀବୀ ଏକାଡେମୀ ପ୍ରତିଷ୍ଠା ଓ ସମ୍ବଲପୁରରେ ବିଗତ ଦିନରେ ଆଇନଜୀବୀମାନଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ଯାହାର କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯିବ ।

LEAVE A REPLY

Please enter your comment!
Please enter your name here