ଦୀର୍ଘ 15 ବର୍ଷ ଧରି ବିଜେପି କବଜାରେ ଥିଲା ଦିଲ୍ଲୀ ମହାନଗର । ଆମ ଆଦମୀ ପାର୍ଟି 15 ବର୍ଷର ପଦ୍ମ ଦୁର୍ଗକୁ ଦଖଲ କରି ନେଇଛି । 250 ଓ୍ବାର୍ଡରୁ ଆପକୁ 134 ଆସନ ମିଳିଥିବା ବେଳେ ବିଜେପିକୁ ମିଳିଛି 104ଟି ଓ୍ବାର୍ଡ । କଂଗ୍ରେସ 9ଟି ଓ୍ବାର୍ଡରେ ବିଜୟ ଲାଭ କରିଥିବା ବେଳେ 3 ଓ୍ବାର୍ଡରେ ଅନ୍ୟ ପ୍ରାର୍ଥୀମାନେ ଜିତିଛନ୍ତି । ଆପ୍ ବିଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି, କେନ୍ଦ୍ର ସହଯୋଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦ ଦରକାର । ଦିଲ୍ଲୀବାସୀ ଆପ୍ କୁ ଭୋଟ ଦେବାପରେ ରାଜଧାନୀରେ ପ୍ରଥମଥର ପାଇଁ ଆପର ଡବଲ ଇଂଜିନ ସରକାର କାର୍ଯ୍ୟ କରିବ । କେଜ୍ରିଓ୍ବାଲ କହିଛନ୍ତି, ଲୋକେ ଚାହାଁନ୍ତି ଗଠନମୂଳକ ରାଜନୀତି । ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେବା ସହ ଦିଲ୍ଲୀର ବିକାଶ ପାଇଁ ବିଜେପି ଓ କଂଗ୍ରେସ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

2015 ରୁ ଦିଲ୍ଲୀରେ ଆପ୍ ସରକାର ଥିଲେ ହେଁ ଗତ 15 ବର୍ଷ ଧରି ଦିଲ୍ଲୀ ମହାନଗର ବିଜେପି ହାତରେ ଥିଲା । ଆଜିର ବିଜୟ ପରେ ଦିଲ୍ଲୀରେ ବିଜେପି ଦୁର୍ଗର ପତନ ଘଟିଛି ।

LEAVE A REPLY

Please enter your comment!
Please enter your name here