ପରଲୋକରେ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର। ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ମୁମ୍ବାଇସ୍ଥିତ ବାସଭବନରେ ୮୯ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ଖବର ସରବରାହ ସଂସ୍ଥା IANS ସୂତ୍ରରୁ ଜଣାପଡିଛି। ଗତ କିଛି ଦିନ ହେବ ଅସୁସ୍ଥତା କାରଣରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କ ଦେହାନ୍ତ ନେଇ ବଲିଉଡର ବିଶିଷ୍ଟ ନିର୍ଦ୍ଦେଶକ କରଣ ଜୋହର ପୋଷ୍ଟ କରିଛନ୍ତି। ୧୯୩୫ ଡିସେମ୍ବର ୮ରେ ପଞ୍ଜାବ ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ ଧର୍ମେନ୍ଦ୍ର। ୧୯୬୦ରେ ‘ଦିଲ୍ ଭି ତେରା ହମ୍ ଭି ତେରା’ ଫିଲ୍ମରେ ଡେବ୍ୟୁ କରିଥିଲେ। ବଲିଉଡ୍ ଜଗତରେ ‘ହି-ମ୍ୟାନ୍’ ଭାବେ ଜଣାଶୁଣା ଥିଲେ। ଦୀର୍ଘ ୬ ଦଶନ୍ଧିର ଧରି ଫିଲ୍ମ କ୍ୟାରିଅରରେ ରାଜ କରିଛନ୍ତି ଧର୍ମେନ୍ଦ୍ର। ପାଖାପାଖି ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ସେ ଅଭିନୟ କରିଛନ୍ତି। ତାଙ୍କୁ ୨୦୧୨ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା। ।ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କୁ ହିନ୍ଦୀ ସିନେମାର ହି-ମ୍ୟାନ୍ ଭାବରେ ଜଣା ଯାଏ। ସେ ଅନେକ କମେଡି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ୮୦ ଏବଂ ୯୦ ଦଶକରେ ଧର୍ମେନ୍ଦ୍ର ହିଟ୍ ଅଭିନେତା ମଧ୍ୟରେ ଜଣେ ଥିଲେ । ଏହି ଦଶକରେ ସେ ଫିଲ୍ମର ଏକ ଲମ୍ବା ତାଲିକା ସହିତ ବଡ଼ ପରଦାରେ ସକ୍ରିୟ ରହିଥିଲେ । ଏଥିରେ “ପ୍ୟାର କିୟା ତୋ ଡରନା କ୍ୟା”, “ଲାଇଫ୍ ଇନ୍ ଏ ମେଟ୍ରୋ,” “ଜନି ଗଦ୍ଦାର,” ଏବଂ “ଅପନେ” ଭଳି ଲୋକପ୍ରିୟ ଫିଲ୍ମ ଅନ୍ତର୍ଭୁକ୍ତ ।














