ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୬୯ ବର୍ଷୀୟ ଜେଡିୟୁ ନେତା ନୀତୀଶ କୁମାର । ଉପମୁଖ୍ୟମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର ଶପଥ ନେଇପାରନ୍ତି ବିଜେପି ନେତା ସୁଶୀଲ ମୋଦି । ଏନଡିଏ ବୈଠକରେ ନୀତୀଶ କୁମାର ନେତା ନିର୍ବାଚିତ ହେବା ପରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ପାଟଣାରେ ଅନୁଷ୍ଠିତ ଏନଡିଏ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବିହାର ବିଜେପି ପ୍ରଭାରୀ ଦେବେନ୍ଦ୍ର ଫଡନାବୀଶ ସାମିଲ ହୋଇଥିଲେ । ତେବେ ଚଳିତ ବିହାର ବିଧାନସଭା ନିର୍ବାଚନରେ ମୋଟ୍ ୨୪୩ରୁ ୧୨୫ ସିଟ୍‌କୁ ଅକ୍ତିଆର କରିଛି ଏନଡିଏ । ବିଜେପି ୭୪ ଆସନରେ ଜିତିଥିବାବେଳେ ଜେଡିୟୁକୁ ମିଳିଛି ୪୩ ।

LEAVE A REPLY

Please enter your comment!
Please enter your name here