ଦୁଇ ମାସ ତଳେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳର ନିଖୋଜ ଓକିଲଙ୍କ କାରକୁ ପୋଖରୀ ଭିତରୁ ଉଦ୍ଧାର ହୋଇଛି। ଝାରପୋଖରିଆ ଥାନା ଉପରବେଡା ରାସ୍ତା କଡ଼ରେ ଥିବା ଏକ ପୋଖରୀ ଭିତରୁ କାର ସହ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଠୁଲୁକୁଚଟାଣି ଗ୍ରାମର ଗୁଲେସ ଚନ୍ଦ୍ର ଗୋଛାୟତ ଗତ ସେପ୍ଟେମ୍ବର ୧୧ରୁ ନିଖୋଜ ଥିଲେ। ଝାଡ଼ଖଣ୍ଡ ବୋହୋଡାଗୋଡ଼ା ଯାଉଛି କହି ଘରୁ ବାହାରି ଯାଇଥିଲେ। ପରିବାର ଲୋକ ଯୋଗାଯୋଗ କରିବାରୁ ଗୁଲେସ ଗୋଛାୟତ କହିଥିଲେ ମୁଁ ଖଡଗପୁର ପଳାଇ ଆସିଛି, ରାତିରେ ଫେରିବି। ହେଲେ ପରବର୍ତ୍ତୀ ସମୟରେ ମୋବାଇଲ ଫୋନ ସୁଇଚ ଅଫ ହୋଇ ଯାଇଥିଲା। ମନରେ ସନ୍ଦେହ ହେବାରୁ ତାଙ୍କ ସ୍ତ୍ରୀ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନିଖୋଜ ଓକିଲ ମାମଲାରେ ପୋଲିସ ଦୀର୍ଘ ସମୟ ଧରି ତଲାଶି କରିଲେ ମଧ୍ୟ କୌଣସି ସନ୍ଧେହ ମିଳିନଥିଲା। ସୋମବାର ସକାଳେ ଉପରବେଡା ଗ୍ରାମବାସୀମାନେ ପୋଖରୀ ଭିତରେ ଏକ କାର ଦେଖି ଝାରପୋଖରିଆ ଥାନା ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମୀମାନେ ଘଟଣାସ୍ଥଳକୁ ପହଁଚି କାରକୁ ପୋଖରୀରୁ ବାହାର କରିଥିଲେ। କାର ଭିତରୁ ଗଳିତ ମୃତଦେହ ମିଳିବା ପରେ ପୋଲିସ ତଦନ୍ତ କରୁଅଛି ।

LEAVE A REPLY

Please enter your comment!
Please enter your name here