ଶ୍ରୀରାମ ଜନ୍ମଭୂମି ମନ୍ଦିର ଶିଖରରେ ଉଡ଼ିଲା ଧ୍ବର୍ମଧ୍ବଜା। ଆଜି ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ଧ୍ବର୍ମଧ୍ବଜା ସ୍ଥାପନ କରିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିରର ପତାକା ଉତ୍ତୋଳନ ସମାରୋହ ସମୟରେ, ରାମପଥ, ଭକ୍ତିପଥ, ଧର୍ମପଥ ଏବଂ ଜନ୍ମଭୂମି ପଥ ସମେତ ରାସ୍ତା ଏବଂ ଗଳିରେ ରାମ ଧ୍ୱନି ଗୁଞ୍ଜରିତ ହେଉଛି। ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ ଲାଗିଥିବା ଏହି ଧ୍ବର୍ମଧ୍ବଜାର ଉଚ୍ଚତା ୧୦ ଫୁଟ ଏବଂ ଲମ୍ବ ୨୨ ଫୁଟ ବିଶିଷ୍ଟ ଦକ୍ଷିଣ କୋଣ ତ୍ରିକୋଣୀୟ ପତାକା। ଏଥିରେ ଶ୍ରୀରାମଙ୍କ ପ୍ରତିଭା ଏବଂ ବୀରତ୍ୱର ପ୍ରତୀକ ସ୍ୱରୂପ ଏକ ଉଜ୍ଜ୍ୱଳ ସୂର୍ଯ୍ୟର ପ୍ରତିଛବି ରହିଛି। ଏଥିରେ କୋବିଦାରା ଗଛର ପ୍ରତିଛବି ସହିତ ଏକ ‘ଓମ୍ ’ ଲେଖା ମଧ୍ୟ ରହିଛି । ଗେରୁଆ ରଙ୍ଗର ଏହି ପତାକା ରାମ ରାଜ୍ୟର ଆଦର୍ଶକୁ ମୂର୍ତ୍ତିମନ୍ତ କରି ମର୍ଯ୍ୟାଦା, ଏକତା ଏବଂ ସାଂସ୍କୃତିକ ନିରନ୍ତରତାର ବାର୍ତ୍ତା ପ୍ରଦାନ କରିବ। ଏହି ପତାକା ପାରମ୍ପରିକ ଉତ୍ତର ଭାରତୀୟ ନଗର ସ୍ଥାପତ୍ୟ-କଳା ଶୈଳୀରେ ନିର୍ମିତ ଶିଖର ଉପରେ ଲାଗାଯାଇଛି। ଏହି ଧ୍ୱଜାରୋହଣ ସମାରୋହ ଦେଖିବା ପାଇଁ ସାରା ଦେଶର ଲୋକେ ଏଠାରେ ପହଞ୍ଚିଛନ୍ତି । ପ୍ରାୟ ୭ ହଜାର ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି । ଜୟ ଶ୍ରୀରାମ ଧ୍ୱନୀରେ ସାରା ଅଯୋଧ୍ୟା ପ୍ରକମ୍ପିତ ହେଉଛି । ଏହି ଧ୍ୱଜା ଯେଉଁଥିରେ ସ୍ଥାପିତ କରାଯିବ ସେଥିରେ ୨୧ କେଜିର ସୁନା ଲାଗିଛି । ଏହି ଧ୍ୱଜାକୁ ଅଧିକ ଆକର୍ଷିତ କରିବା ପାଇଁ ମୁମ୍ବାଇର କାରିଗରମାନେ ବିଶେଷ କାମ କରିଛନ୍ତି । ଏହାର ଉଚ୍ଚତା ୧୬୧ ଫୁଟ । ଏହା ସମ୍ପର୍ଣ୍ଣ ଭାବେ ସୁନାରେ ମଣ୍ଡିତ ହୋଇଛି ।













