ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱରରେ ବଡ ଧରଣର ଚଢାଉ କରାଯାଇଛି। ଆଦର୍ଶ ଚିଟଫଣ୍ଡ ଠକେଇ ଘଟଣାରେ କଟକ ନିଶ୍ଚିନ୍ତକୋଇଲି ସହ ଭୁବନେଶ୍ୱରରେ ମଧ୍ୟ ଛାନଭିନ୍ କରିଛି ଇଡି। ଭୁବନେଶ୍ୱରର ୨ଟି ସ୍ଥାନରେ ବର୍ତମାନ ଚଢ଼ାଉ କରିଛି ଇଡି। ନିକୁଞ୍ଜ ସାମନ୍ତରାୟଙ୍କ ନୟାପଲ୍ଲୀ ସ୍ଥିତ ଘରେ ଚଢାଉ ହୋଇଛି। ପୂର୍ବରୁ ସିବିଆଇ ଏହି ଘଟଣାର ତଦନ୍ତ କରିଥିଲା। ଏହି ଠକେଇର ମୁଖ୍ୟ ଅଭିଯୁକ୍ତ ବିଜୟ ରାଉତଙ୍କୁ ମଧ୍ୟ ଗିରଫ କରାଯାଇଥିଲା ତାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ। ଲୋକମାନଙ୍କୁ ଠକି ଯେଉଁ କୋଟି କୋଟି ଟଙ୍କା ଆୟ କରିଛନ୍ତି, ଏବେ ସେସବୁ ଖୋଳିକି ବାହାର କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏହି ମାମଲାର ତଦନ୍ତ କରିଥିଲା । ଅଧିକାରୀମାନଙ୍କ ଅନୁସାରେ, ମନି ଲଣ୍ଡରିଂ ସହ ଜଡିତ ପ୍ରମାଣ ସଂଗ୍ରହ ଏବଂ ଚିଟ୍ ଫଣ୍ଡ ଯୋଜନାର ଆର୍ଥିକ ପଥ ଖୋଜିବା ଉଦ୍ଦେଶ୍ୟରେ ଏହି ଚଢ଼ାଉ କରାଯାଇଛି। ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନା ଆସିବାକୁ ଅପେକ୍ଷା କରାଯାଉଛି।














