ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ପକ୍ଷଭୁକ୍ତ ହେଲା କିଟ୍ । କିଟ୍ ବିଶ୍ୱବିଦ୍ୟାଳୟର ବଢିଲା ଅଡୁଆ । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍‌କୁ ହାଇକୋର୍ଟଙ୍କ ନୋଟିସ୍ । ସୂଚନାଯୋଗ୍ୟ, ଗତକାଲି ସନ୍ଦେହଜନକ ଅବସ୍ଥାରେ କିଟ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର ରାହୁଲ ଯାଦବଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାର ପୋଲିସ ତଦନ୍ତ ଜାରି ରଖିଛି। ଏହା ପୂର୍ବରୁ ଅନ୍ୟ ଜଣେ ଛାତ୍ରୀ ମଧ୍ୟ କିଟ ବିଶ୍ୱ ବିଦ୍ୟାଳୟରେ ପ୍ରାଣ ହାରିଥିଲେ । ଗୋଟିଏ ବର୍ଷରେ ତିନୋଟି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା କିଟ୍ ବିଶ୍ୱ ବିଦ୍ୟାଳୟ ପାଇଁ ସମସ୍ୟା ବଢାଇ ଦେଇଛି। ଏବେ କିଟ ବିଶ୍ୱ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି।

LEAVE A REPLY

Please enter your comment!
Please enter your name here