ରାଜ୍ୟରେ ହଠାତ ବଦଳିଗଲା ପାଣିପାଗ । ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଜି ମେଘୁଆ ପାଗ ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ୫ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସୁନ୍ଦରଗଡ, କେନ୍ଦୁଝର, ଦେଓଗଡ, ମୟୂରଭଞ୍ଜ ଏବଂ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଗ୍ୟାନ କେନ୍ଦ୍ର । ଏହି ୫ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡଘଡି ସହିତ ବର୍ଷାର ପୂର୍ବାନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here