ଲଗାତାର ଭାବେ ବଲୋଚିସ୍ତାନର ଆଖପାଖ ଅଞ୍ଚଳରେ ବିସ୍ଫୋରଣ ହେଉଛି । ସୋମବାର କ୍ୱେଟାରେ ଥିବା ସେନା ମୁଖ୍ୟାଳୟରେ ବିସ୍ଫୋରଣ ପରେ ପାକିସ୍ତାନ ସରକାରଙ୍କ ମନୋବଳ ଭାଙ୍ଗିଯାଇଛି । ଦେଶ ଆଉ ଥରେ ଖଣ୍ଡ ଖଣ୍ଡ ହେବା ନେଇ ଆଶଙ୍କା ଦେଖାଦେଲାଣି ।ପାକିସ୍ତାନ ହାତରୁ ଖସି ଯାଉଛି ବଲୋଚିସ୍ତାନ ।ସୂଚନା ଅନୁଯାୟୀ, ବଲୋଚ୍ ଆର୍ମୀ ଦେଶରେ ଚାଇନାର ପ୍ରକଳ୍ପକୁ ବିରୋଧ କରି ଆସିଛି ସେଥପାଇଁ ଚାଇନା ଏବଂ କାନାଡାର ଅନେକ ପ୍ରକଳ୍ପକୁ ଟାର୍ଗେଟ୍ କରାଯାଉଛି । ପ୍ରଥମେ ବିଏଲଏଫ ଟାର୍ଗେଟରେ କ୍ଷୁଦ୍ର ପ୍ରକଳ୍ପ ରହିଥିଲା । ଏବେ ବଡ ବଡ ପ୍ରୋଜେକ୍ଟରେ ବିସ୍ଫୋରଣ ଘଟାଇ ପାକିସ୍ତାନ ସରକାରକୁ ବଲୋଚ୍ ଆର୍ମୀ ଚ୍ୟାଲେଞ୍ଜ୍ ଦେଇଛି । ବିଏଲଏଫ ଦାବି କରିଛି ଯେ, ସେମାନେ ପାକିସ୍ତାନୀ ସେନାକୁ ଛତ୍ରଭଙ୍ଗ ଦେବାକୁ ବାଧ୍ୟ କରିଛନ୍ତି । ସେଥିପାଇଁ ମହିଳା ଫିଦାଏଁ ବା ମାନବ ବୋମା ବ୍ୟବହାର କରାଯାଉଛି ।ବିଏଲଏଫର ମୁଖପାତ୍ର କହିଛନ୍ତି ଯେ, ଏବେ ଅଧିକରୁ ଅଧିକ ମାନବ ବୋମା ବ୍ୟବହାର କରାଯିବ । ଏଥିରେ ଅନେକ ମହିଳା ନିଜ ଜୀବନକୁ ଉତ୍ସର୍ଗ କରିବା ପାଇଁ ରାଜି ଅଛନ୍ତି । ଆଗକୁ ଭୟଙ୍କର ଆକ୍ରମଣ ହେବା ନେଇ ସେ ଚେତାବନୀ ଦେଇଛନ୍ତି । ଏହାସହ ଆତ୍ମଘାତୀ ଆକ୍ରମଣ କରିଥିବା ମାନବ ଫିଦାଏଁ ବୋମାର ଫଟୋ ବିଏଲଏଫ ସେୟାର କରିଛି । ମହିଳା ଜଣଙ୍କ ହେଲେ ଜରିନା ରଫିକ୍ , ଏହି ଆକ୍ରମଣକୁ ଖାସ୍ କହିଛି ବିଏଲଏଫ୍ । କାରଣ ପୂର୍ବରୁ କେବେ ହେଲେ ମାନବବୋମା ବ୍ୟବହାର ହୋଇନଥିଲା । ଆକ୍ରମଣ ଘଟାଇଥିବା ବିଏଲଏଫର ମାଜିଦ୍ ବ୍ରିଗେଡ୍ ପୂର୍ବରୁ ଜାଫର ଏକ୍ସପ୍ରେସ ଅପହରଣ ଭଳି ଅନେକ ଘଟଣାକୁ ସଫଳାତର ସହ ସମ୍ପାଦନ କରିଛି । ପାକିସ୍ତାନରେ ମହିଳା ଫିଦାଏଁ ଆକ୍ରମଣକୁ ନେଇ ଚିନ୍ତା ବଢ଼ୁଛି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପରିସ୍ଥିତି ଦିନକୁ ଦିନ ଅସ୍ଥିର ହେଉଛି। ସରକାର ବାଧ୍ଯ ହୋଇ ଯାତାୟାତରେ ମଧ୍ଯ ପ୍ରତିବନ୍ଧ ଲଗାଇଛନ୍ତି।













