ଆଜି ଖୋର୍ଦ୍ଧାରୁ ୬୫୦ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୁଲିସ।ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ଵର ସମେତ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗର କାରବାର ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଚଢ଼ାଉ ସତ୍ବେ ମଧ୍ୟ ଏହାକୁ ରୋକାଯାଇ ପାରୁନାହିଁ। ଏହା ଆପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୬୫୦ ଗ୍ରାମର ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ୬୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ବ୍ରାଉନସୁଗର ସହିତ ୧୭୫ ବୋତଲ କଫ ସିରପ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ମା’,ପୁଅ ସମେତ ୩ ଜଣଙ୍କୁ ଗିରଫ କରିଛି। ସେମାଙ୍କ ନିକଟରୁ ପ୍ୟାକିଂ ମେସିନ, ଜରି ସହିତ ଓଜନ ଯନ୍ତ୍ର ଏବଂ ୩ଟି ମୋବାଇଲ ଜବତ କରିଛି।

LEAVE A REPLY

Please enter your comment!
Please enter your name here