ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ । ସାର କଳାବଜାରୀ ଓ ବେଆଇନ ବିକ୍ରିକୁ ରୋକିବା ପାଇଁ ନିଆଯାଇଛି କଡା ଆକ୍ସନ । ଏନଫୋର୍ସମେଣ୍ଟ ସ୍କ୍ୱାଡ ଦ୍ୱାରା ୭୦୦୧ ଲାର ବିକ୍ରୟ କେନ୍ଦ୍ରରେ ଚଢାଉ ଚାଲିଛି । ୨୦୧୧ ନିୟମ ଉଲ୍ଲଙ୍ଘନକାରୀ ବିକ୍ରେତାଙ୍କୁ ହୋଇଛି କାରଣ ଦର୍ଶାଅ ନୋଟିସ । ୩୫ ଟି ଦୋକାନରେ ବିକ୍ରି ବନ୍ଦ ସହ ୧୨ଟି ବିକ୍ରି ସାମଗ୍ରୀ ଜବତ ହୋଇଛି । ୫ ଜଣ ବିକ୍ରେତାଙ୍କ ନାଁରେ ଅପରାଧିକ ମାମଲା, ୭୭ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି । ଅରବିନ୍ଦ ମହାପାତ୍ର ଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ ଉତ୍ତର ରଖିଛନ୍ତି । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେଉଛନ୍ତି ଶାସକ ଏବଂ ବିରୋଧୀ । ଧାନ ମଣ୍ଡି ସମସ୍ୟାକୁ ନେଇ ମୁଲତବୀ ପ୍ରସ୍ତାବ ଦେଇପାରେ ମୁଖ୍ୟ ବିରୋଧୀ ବିଜେଡି ।

LEAVE A REPLY

Please enter your comment!
Please enter your name here