ବିଧାନସଭା ଭିତରେ ଓ ବିଧାନସଭା ବାହାରେ ବିରୋଧୀ ଦଳ ଶ୍ରଦ୍ଧା ନାମ୍ନୀ ଯୁବତୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର କି ସଂପର୍କ ରହିଛି ବୋଲି ପଚାରିଥିଲେ । ଶ୍ରଦ୍ଧାଙ୍କୁ ସରକାରୀ ଅର୍ଥରେ ମୁଖ୍ୟମନ୍ତ୍ରୀ ଭାଟିକାନ ସିଟି କଣ ପାଇଁ ନେଇଯାଇଥିଲେ ବୋଲି ପ୍ରଶ୍ନ କରିଥିଲେ । ଏପରିକି ନବୀନ ନିବାସକୁ ମନ୍ତ୍ରୀ, ବିଧାୟକ, ସାଂସଦ ତଥା ଦଳୀୟ ନେତା ବିନା ଅନୁମତିରେ ପ୍ରବେଶ କରିପାରୁ ନଥିବା ବେଳେ ଶ୍ରଦ୍ଧାଙ୍କ ଅବାଧ ପ୍ରବେଶ ନେଇ ପ୍ରଶ୍ନ କରିଥିଲେ । ବିରୋଧୀଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଧାନସଭାରେ ବିବୃତି ଦେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ । ଭଉଣୀ ଗୀତା ମେହେଟ୍ଟା ତାଙ୍କ ପାଖକୁ ପଠାଇଥିଲେ । ସେ କିପରି ଫିଟ୍ ରହିବେ, ସେଥିପାଇଁ ତାଙ୍କୁ ରଖାଯାଇଛି । ନବୀନଙ୍କ ବିବୃତି ପରେ ଶ୍ରଦ୍ଧା ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ ସେମାନଙ୍କ ପ୍ରଶ୍ନର ଉତ୍ତର ମିଳିଯାଇଥିବ । ତେବେ ବିରୋଧୀ ଚୁପ୍ ରହିବେ, କି ଆଉ କିଛି ପ୍ରଶ୍ନ କରିବେ, ତାହା ସମୟ କହିବ ।

LEAVE A REPLY

Please enter your comment!
Please enter your name here