ସେପ୍ଟେମ୍ବର 25 ତାରିଖରେ ଚେନ୍ନାଇରେ ରାଜ୍ୟ ଅତିଥି ଭବନର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ମଧ୍ୟ ଓଡିଶା ଭବନର ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ସନ୍ଧ୍ୟା 7ଟାରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ମିଶାଇ କୋଲକାତା , ମୁମ୍ବାଇ ,ନୂଆଦିଲ୍ଲୀଠାରେ ଓଡିଶା ସରକାର ନିଜର ଆବାସିକ ଗୃହ ନିର୍ମାଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦୁଇଦିନିଆ ଚେନ୍ନାଇ ଗସ୍ତରେ ଯାଇଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ସେଠାରେ ଅନୁଷ୍ଠିତ ‘ମେକ ଇନ ଓଡିଶା ରୋଡ ଶୋ’ ରେ ଯୋଗ ଦେବେ ।

    ଉଦଘାଟନୀ ଉତ୍ସବ ପୂର୍ବରୁ ଓଡିଶା ଭବନର ସ୍ଥିତି ସମୀକ୍ଷା କରିଥିଲେ ଗୃହ ସଚିବ ଅସିତ୍ ତ୍ରିପାଠୀ ଓ ତାମିଲନାଡ଼ୁର ବରିଷ୍ଠ ଅଧିକାରୀମାନେ । ରାଜ୍ୟ ବାହାରେ ଏହା ହେଉଛି ଷଷ୍ଠ ଓଡିଶା ଭବନ । 21 କୋଟି 43 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଭବନରେ ରହିଛି ମୋଟ 16ଟି ରୁମ୍ ରହିଛି । 6 ମହଲା ବିଶିଷ୍ଟ ଏହି ଭବନର ଭିତ୍ତି ପ୍ରସ୍ତର 2012 ମସିହାରେ ସ୍ଥାପିତ ହୋଇଥିଲା ।