ଭୁବନେଶ୍ବର କସମୋପଲି ଛକରେ ହେବ ଫ୍ଲାଇଓଭର । ଏଥିସହିତ ରାଜଧାନୀର କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ଠାରେ ଦୁଇଟି ଫୁଟ୍ ଓଭରବ୍ରିଜ୍ ନିର୍ମାଣ ହେବ । ସେହିପରି ଖୋର୍ଦ୍ଧା ରାମେଶ୍ବର ଠାରୁ କଟକ ଟାଙ୍ଗୀ ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ନିର୍ମାଣ କରାଯିବ । କେନ୍ଦ୍ର ପରିବହନ ମନ୍ତ୍ରାଳୟକୁ ସାଂସଦ ଅପରାଜିତା ଷଡଙ୍ଗୀ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ରାସ୍ତା ନିର୍ମାଣ ଓ ଫୁଟ୍ ଓଭରବ୍ରିଜ ପାଇଁ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ପରିବହନ ବିଭାଗ ଏହି ପ୍ରସ୍ତାବକୁ ମଂଜୁରୀ ଦେଇଥିବା ସାଂସଦ ଅପରାଜିତା ଟ୍ବିଟ କରି କହିଛନ୍ତି । କ୍ୟାପିଟାଲ ରିଜିଅନ ରିଂ ରୋଡ ନିର୍ମାଣ ବାବଦରେ 5744 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here