ରାଜଗାଙ୍ଗପୁର ଲାଞ୍ଜିବର୍ଣ୍ଣା ଅଂଚଳର ଛାତ୍ରୀ ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ତାଙ୍କ ଶରୀରର ୯୦% ଅଂଶ ପୋଡି ହୋଇଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି,ଆତ୍ମାହୁତି କରିବା ପଛର କାରଣ କଣ ତାହା ଏବେ ଯାଏଁ ଜଣାପଡିନାହିଁ। ବର୍ତମାନ ତାଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି। ଛାତ୍ରୀ ଜଣଙ୍କ ଯୁକ୍ତ ୩ରେ ପଢ଼ୁଥିଲେ। ଏହି ଘଟଣା ପରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୋଲିସ। କେଉଁ କାରଣରୁ ଏହି ଘଟଣା ଘଟିଲା ତାର ଅନୁଧ୍ୟାନ କରାଯାଉଥିବା ନେଇ କହିଛନ୍ତି ଡିଆଇଜି। ପୋଲିସ ଏବେ ତଦନ୍ତ କରୁଅଛି, ବହୁତ୍ ଶୀଘ୍ର ସତ୍ୟ ସାମ୍ନାକୁ ଆସିବ ।














