ଜଗତସିଂହପୁର: ମାଟି ମାଫିଆଙ୍କ ଉପରେ ଜିଲ୍ଲା ପ୍ରଶାସନର ଚଢ଼ାଉ। ଛଦ୍ମବେଶରେ ଅଭିଯୁକ୍ତଙ୍କୁ ଅନସ୍ପଟ ମାଡିବସିଲେ ତଦନ୍ତକାରୀ ଟିମ। ଜିଲ୍ଲାପାଳ ଏବଂ ଏସପିଙ୍କ ରାତି ଅଧିଆ ଅପରେସନ। ସୁଚନା ଥାଉ ଯେ, ଜଗତସିଂହପୁର ଜିଲ୍ଲା ଫତେପୁର ଗହୀରରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଅତର୍କିତ ରେଡ୍ କରାଯାଇଛି। ରେଡ ବେଳେ ୭ ଜେସିବି ସହ ୮ ହାଇୱା ଜବତ କରାଯାଇଛି। ଏହି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି। କିଛି ଦିନ ତଳେ ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ ମାଟି ମାଫିଆ। ଏହାପରେ ଗତକାଲି ରାତିରେ ହଠାତ୍ ଜିଲ୍ଲାପାଳ ଏବଂ ଏସପିଙ୍କ ମିଳିତ ଚଢାଉ ହୋଇଛି। ପୋଲିସ ସାଧା ପୋଷାକରେ ଯାଇ ଅପରାଧିଙ୍କୁ କାବୁ କରିଥିଲା। ଏହି ଘଟଣାରେ ଅଧିକ ତଦନ୍ତ କରୁଛି ପୋଲିସ।

LEAVE A REPLY

Please enter your comment!
Please enter your name here