ପଞ୍ଚାୟତ ନିର୍ବାଚନ ପୂର୍ବରୁ ଧିରେ ଧିରେ ଦୁର୍ବଳ ହେଉଛି ବିଜେଡ଼ିର ସାଙ୍ଗଠନିକ ସ୍ଥିତି , ଜଣକ ପରେ ଜଣେ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ଗତ କିଛି ଦିନ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଦଳରୁ ଇସ୍ତଫା ଦେଇ ସାରିଲେଣି । ଆଜି ଆଉ ଜଣେ କାଉନସିଲର୍ ଦଳ ଛାଡ଼ିଛନ୍ତି । ବାସୁଦେବପୁର ପୌରପାଳିକା ୧ନଂ ୱାର୍ଡର କାଉନସିଲର୍ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି । ସେ ହେଲେ ପୌରପାଳିକା ୧ନଂ ୱାର୍ଡର କାଉନସିଲର ଶ୍ରୁତିସ୍ମିତା ଗିରି । ସେ ବ୍ୟକ୍ତିଗତ କାରଣ ଦର୍ଶାଇଥିବାବେଳେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ଦୁଇ ସପ୍ତାହ ମଧ୍ୟରେ ବିଜେଡ଼ିର ଅନେକ ନେତା ଦଳ ଛାଡ଼ିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୪ ବ୍ଲକ୍ ଅଧ୍ୟକ୍ଷ, ୫ ଜଣ ସମିତି ସଭ୍ୟ, ୫ ୱାର୍ଡ ସଭ୍ୟ, ବ୍ଲକ୍ ଛାତ୍ର ସଭାପତି, ବ୍ଲକ୍ ଯୁବ ନେତା ସଭାପତି, ଜିଲ୍ଲା ସାଧାରଣ ପ୍ରମୁଖ ସାମିଲ ଅଛନ୍ତି । ୪ ବ୍ଲକ୍ ଅଧ୍ୟକ୍ଷ ହେଲେ ବନ୍ତ ବ୍ଲକର ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠି, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଓ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ । ସେହିପରି ବନ୍ତ ବ୍ଲକ୍ ଛାତ୍ର ସଭାପତି ପ୍ରଣବ କିଶୋର ଲେଙ୍କା, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ କାଶୀନାଥ ସେଠୀ, ତୋଡଙ୍ଗା ପଞ୍ଚାୟତର ଯୁବ ନେତା ପ୍ରଦୀପ୍ତ ସାମଲ, ଗୋପିନାଥପୁର ଯୁବ ସଭାପତି ବୈକୁଣ୍ଠ ଜେନାଙ୍କ ସହ ଗୋପିନାଥପୁର ପଞ୍ଚାୟତର ୧୬ନଂ ୱାର୍ଡର ୱାର୍ଡ ସଭ୍ୟମାନେ ମଧ୍ୟ ଦଳ ଛାଡ଼ିଛନ୍ତି । ସମିତିସଭ୍ୟ ସନ୍ତୋଷ କୁମାର ପହି, ନିଳୋକ ସମିତିସଭ୍ୟ ଉଦ୍ଧବ ଚରଣ ସେଠୀ, ଗଣିଜାଙ୍ଗର ସମିତିସଭ୍ୟ ମନୋରଞ୍ଜନ ସେଠୀ ଓ ମହାନ୍ତିପଡ଼ା ସମିତିସଭ୍ୟ ନିର୍ମଳ ନାୟକ ଇସ୍ତଫା ଦେଇଛନ୍ତି । ସେହିପରି ୫ଜଣ ସମିତିସଭ୍ୟ ହେଲେ ବନ୍ତ ବ୍ଲକର ବିଟିପୁର ସମିତିସଭ୍ୟ ଜ୍ୟୋତିର୍ମୟୀ ପଣ୍ଡା, ବଡ଼ବର୍ଚ୍ଚିକୟାଁ













