ଶେଷରେ କ୍ୟାନସଲ୍ ହେଲା ସ୍ମୃତି ମନ୍ଧାନା ଓ ପଲାଶ ମୁଚଲଙ୍କ ବିବାହ । ଭାରତୀୟ ମହିଳା କ୍ରିକେଟ୍ ଦଳର ଚର୍ଚ୍ଚିତ ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ । ହଠାତ୍ ତାଙ୍କର ବିବାହ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।ସ୍ମୃତି ମନ୍ଧାନା ଏବଂ ପଲାଶଙ୍କ ବିବାହ ନଭେମ୍ବର ୨୩ ତାରିଖରେ ହେବାର ଥିଲା କିନ୍ତୁ ବିବାହ ସମୟରେ ହଠାତ୍ ମନ୍ଧାନାଙ୍କ ବାପା ଅସୁସ୍ଥ ଥିଲେ, ସେଥିପାଇଁ ବିବାହ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ଆଜି ମନ୍ଧାନା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ସେୟାର କରି ବିବାହ ବାତିଲକୁ ଗ୍ରହଣ କରିଛନ୍ତି । ସେ ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ରେ ଲେଖିଛନ୍ତି -“ଗତ କିଛି ସପ୍ତାହ ଧରି ମୋ ଜୀବନ ବିଷୟରେ ଅନେକ କଳ୍ପନାଜଳ୍ପନା ଚାଲିଛି ଏବଂ ମୁଁ ଭାବୁଛି ଯେ ଏହି ସମୟରେ ମୁଁ କହିବା ଉଚିତ୍ । ମୁଁ ଜଣେ ଅତ୍ୟନ୍ତ ବ୍ୟକ୍ତିଗତ ଲୋକ ଏବଂ ମୁଁ ଏହିପରି ରହିବାକୁ ଚାହେଁ, କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ବିବାହ ବାତିଲ କରାଯାଇଛି। ମୁଁ ଏହି ବିଷୟକୁ ଏଠାରେ ହିଁ ରଖିବାକୁ ଚାହୁଁଛି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ସମୟରେ ଉଭୟ ପରିବାରର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦିଅନ୍ତୁ। ମୁଁ ଆଶା କରୁଛି ଯେ ମୁଁ ଯେତେଦିନ ପର୍ଯ୍ୟନ୍ତ ଭାରତ ପାଇଁ ଖେଳିବି ଏବଂ ଟ୍ରଫି ଜିତିବି, ଏବଂ ଏହା ସର୍ବଦା ମୋର ସେଥିପ୍ରତି ଧ୍ୟାନ ରହିବ। ଆପଣଙ୍କ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଏବେ ଆଗକୁ ବଢ଼ିବାର ସମୟ ଆସିଛି।”

LEAVE A REPLY

Please enter your comment!
Please enter your name here