ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତିୀ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ମୁମ୍ବାଇ -କୋହ୍ଲାପୁର ମଧ୍ୟରେ ଚାଲିଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍ କିଛି ଘଣ୍ଟା ହେବ ବଦଲାପୁର ଏବଂ ୱାନଗାନୀ ରୁଟରେ ଫସି ରହିଥିଲା । ମହାଲକ୍ଷ୍ମୀ ଏକ୍ସପ୍ରେସରେ ଫସିରହିଥିବା ୭୦୦ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ନୌସେନା ଏବଂ ଏନଡିଆରଏଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମିଳିତ ଚେଷ୍ଟାରେ ରେସକ୍ୟୁ ଅପରେସନ କରାଯାଇଥିଲା । ଏନେଇ କେନ୍ଦ୍ରୀୟ ରେଳ ବିଭାଗର ମୁଖ୍ୟ ପବ୍ଲିକ ରିଲେସନ ଅଫିସର କହିଛନ୍ତି ଯେ ଏପର୍ଯ୍ୟନ୍ତ ସମୁଦାୟ ୭୦୦ ମହିଳା ଓ ପୁରୁଷ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ପ୍ରାୟ ୧୧ ଘଣ୍ଟାର କଠିନ ଉଦ୍ୟମ ଫଳରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏହି ଅପରେସନରେ ନୌସେନାର ୭ ଟି ଟିମ , ଭାରତୀୟ ବାୟୁସେନାର ୨ ଟି ହେଲିକାପ୍ଟର ଏବଂ ସ୍ଥାନିୟ ପ୍ରଶାସନ ନିୟୋଜିତ ଥିଲେ । ସେମାନଙ୍କ ମଧ୍ୟରେ ୩ଟି ଟିମ୍ ଲାଇଫ୍ ଜ୍ୟାକେଟ୍ ଓ ଉଦ୍ଧାର ସାମଗ୍ରୀ ସହ ପହଞ୍ଚି ଥିଲେ । ବିଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ହୋଇଛି । ଆଜି ମଧ୍ୟ ସେଠାରେ ପ୍ରବଳ ମାତ୍ରାରେ ବୃଷ୍ଟିପାତ ହେବାରେ ଲାଗିଛି । ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମିରହି ଥିବାରୁ ଲୋକମାନଙ୍କୁ ଯାତାୟତ କରିବାରେ ଅସୁବିଧାର ସମ୍ମୁଖିନ କରିବା ପାଇଁ ପଡୁଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ ମହାଲକ୍ଷ୍ମୀ ଏକ୍ସପ୍ରେସ ଉଦ୍ଧାର କାର୍ଯ୍ୟର ସମସ୍ତ କାର୍ଯ୍ୟ ମୁଖ୍ୟ ସଚ୍ଚିବଙ୍କ ତତ୍ୱବଧାନରେ କରାଇବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ମୁମ୍ବାଇରେ ପ୍ରବଳ ବର୍ଷା ଲାଗିରହିଥିବା କାରଣରୁ ବିଭିନ୍ନ ସ୍ଥାନରେ ପାଣି ଜମିରହିବା ସହ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here