ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ସୁନା ବିସ୍କୁଟ ଲୋଭ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଅଭିଯୋଗରେ ଏବେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୀଳଗିରି ପୋଲିସ। ଅଭିଯୁକ୍ତଙ୍କଠାରୁ ୩ ଲକ୍ଷ ୨୯ ହଜାର ଟଙ୍କା ସହ ୫ଟି ମୋବାଇଲ ଓ ୨ଟି ବାଇକ୍‌ ପୋଲିସ୍ ଜବତ କରିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନୀଳଗିରି ଥାନା ଈଶ୍ୱରପୁର ଫାଣ୍ଡି ଏବଂ ସୋର ଅଞ୍ଚଳର ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ ଏହି ଗ୍ରୁପ ସୁନା ବିସ୍କୁଟର ଲୋଭ ଦେଖାଇ ପୁରୀ ବ୍ରହ୍ମପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ସୁନା ବେପାର ନାମରେ ତାଙ୍କୁ ନୀଳଗିରି ଅଞ୍ଚଳକୁ ଡାକି ନକଲି ସୁନା ବିସ୍କୁଟ ଦେଖାଇ ତାଙ୍କ ସହ ଡିଲ୍ କରିଥିଲେ। ପରେ କ୍ରେତା ଏହାକୁ କିଣିବା ପାଇଁ ନୀଳଗିରି ଅଞ୍ଚଳକୁ ଆସିଥିଲେ, ଏହି ସମୟରେ ଦଲାଲ ମାନେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଛଡ଼ାଇ ଫେରାର ହୋଇ ଯାଇଥିଲେ। ଏ ନେଇ ରବିବାର ସମ୍ପୃକ୍ତ ବ୍ୟକ୍ତି ଜଣକ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଏକ ମାମଲା ରୁଜୁ କରି ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ଗତ ରାତି ତମାମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାଷ୍ଟରମାଇଣ୍ଡ୍‌ ସହ ୫ ଜଣ ସହଯୋଗୀ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here