ଓଡ଼ିଶାରେ ଡାକ୍ତରଙ୍କ ଅଭାବ। ଠିକାରେ ଚାଲୁଛି ଡାକ୍ତରୀ ସେବା। ୬୦ ପ୍ରତିଶତ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଆଜି ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ପ୍ରଶ୍ନ କରିଥିଲେ କେଉଁ ଜିଲାରେ କେତେ ସଂଖ୍ୟାରେ ଡାକ୍ତର ପଦବୀ ଖାଲି ଅଛି ଏବଂ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ।ଗୃହରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ମଞ୍ଜୁରୀପ୍ରାପ୍ତ ୧୫୭୭୪ ପଦବୀରୁ ଖାଲି ପଡ଼ିଛି ୯୫୦୩ ଡାକ୍ତର ପଦବୀ। କାର୍ଯ୍ୟରତ ଅଛନ୍ତି ୬୨୭୧ ଡାକ୍ତର, ଏମାନଙ୍କ ମଧ୍ୟରୁ ୧୧୩୫ ଠିକା ନିଯୁକ୍ତିରେ ଅଛନ୍ତି। ସ୍ଥାୟୀ ନିଯୁକ୍ତି ପାଇଁ ୫୦୦୩ ଡାକ୍ତର ଓ ୫୨୪୮ ପଦବୀ ପୂରଣ ପାଇଁ OPSCକୁ ଚିଠି ଲେଖିଛନ୍ତି। ଆଡହକରେ ୧୯ଜଣ, ଡିଏମଏଫରେ ୧୧୦, କର୍ପସ ଫଣ୍ଡରେ ୪ଜଣ ଡାକ୍ତର ଅଛନ୍ତି। ସ୍ଥାୟୀ ନିଯୁକ୍ତି ଅଛନ୍ତି ମାତ୍ର ୫୦୦୩ଜଣ ଡାକ୍ତର। ୫୨୪୮ଡାକ୍ତର ପଦବୀ ପୂରଣ ପାଇଁ ଓପିଏସସିକୁ ଅନୁରୋଧ କରାଯାଇଛି।ଖାଲିପଡିଥିବା ଡାକ୍ତର ପଦବୀ ଗୁଡିକୁ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଚୟନ ଏବଂ ଚୁକ୍ତିଭିତ୍ତିକ ନିଯୁକ୍ତି ଦ୍ୱାରା ଯଥା ସମ୍ଭବ ପୂରଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।













