କର୍ଣ୍ଣାଟକର ଚର୍ଚ୍ଚିତ ହିଜାବ ବିବାଦ ଉପରେ ସୁପ୍ରିମକୋର୍ଟର ବଡ ବେଞ୍ଚ ଶୁଣାଣି କରିବେ । ୨ ଜଣିଆ ଖଣ୍ଡପୀଠରେ ଭିନ୍ନ ମତ । ସୁପ୍ରିମକୋର୍ଟରେ ୨ ଜଣିଆ ଖଣ୍ଡପୀଠରେ ଭିନ୍ନ ମତ ପ୍ରକାଶ ପାଇଛି । ଜଷ୍ଟିସ ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କ ମତ ଭିନ୍ନ ରହିଛି । ୨ ଜଣିଆ ଖଣ୍ଡପୀଠ ପ୍ରଧାନ ବିଚାରପତିଙ୍କ ଉପରେ ନିଷ୍ପତ୍ତି ଛାଡିଲେ । କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ମାମଲାର ଏହି ମାମଲା ସୁପ୍ରିମକୋର୍ଟରେ ପହଁଞ୍ଚିଥିଲା । ହିଜାବ ରାୟର ମାମଲା ସୁପ୍ରିମକୋର୍ଟରେ ପହଁଞ୍ଚିବା ପରେ ଦୁଇ ଜଣିଆ ଖଣ୍ଡପୀଠ ଏନେଇ ମାମଲାର ଶୁଣାଣି କରିଥିଲେ । ହିଜାବ ବ୍ୟାନକୁ ନେଇ ଅସହମତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here