ଦିନକୁ ଦିନ ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଲିଖିତ ଉତ୍ତରରେ କହିଛନ୍ତି ,ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ।ସେ ଆହୁରି ମଧ୍ୟ କହିଛନ୍ତି, ଘରୋଇ ହସ୍ପିଟାଲରେ ସିଜେରିଆନ ଡେଲିଭରୀ ଅଧିକ ହେଉଛି। ଗତ ୫ବର୍ଷରେ ରାଜ୍ୟରେ ମୋଟ୍‌ ୩୦ଲକ୍ଷ ୮ହଜାର ୩୮୩ ପ୍ରସବ ହୋଇଛି। ସେଥିରୁ ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ଲକ୍ଷ ୬୯ହଜାରରୁ ଅଧିକ ପ୍ରସବ ହୋଇଛି। ଏହାସହିତ ସରକାରୀ ହସ୍ପିଟାଲରେ ୧୯ଲକ୍ଷ ୫୯ହଜାର ୯୧୮ନର୍ମାଲ ଡେଲିଭରୀ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ୪ଲକ୍ଷ ୯ହଜାର ୭୧୮ ସିଜେରିଆନ ଡେଲିଭରି ହୋଇଛି। ସେଥିରୁ ଘରୋଇ ହସ୍ପିଟାଲରେ ୧ଲକ୍ଷ ୪୮ହଜାର ୨୪୨ନର୍ମାଲ ଡେଲିଭରୀ ହୋଇଛି। ୪ଲକ୍ଷ ୯୦ହଜାର ୫୦୫ ସିଜେରିଆନ ଡେଲିଭରୀ ହୋଇଛି।

LEAVE A REPLY

Please enter your comment!
Please enter your name here