ବାରବାଟୀରେ ବିଜୟ ହାସଲ କଲା ଭାରତ। ୧୦୧ ରନ୍‌ରେ ସୂର୍ଯ୍ୟ ସେନା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ଵେଣ୍ଟିକୁ ଜିତି ସାରିଛି । ଦକ୍ଷିଣ ଆଫ୍ରିକା ଦଳ ୭୪ ରନ୍‌ରେ ଅଲଆଉଟ୍ ହୋଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ୱିକେଟ୍ ହରାଇ ୧୭୫ ରନ୍‌ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୨୮ ବଲ୍‌ରେ ୫୯ ରନ୍‌ ବଳରେ ବାରବାଟୀରେ ୧୭୫ ରନ୍‌ କରିଥିଲା ଭାରତ । ଅନ୍ୟମାନଙ୍କ ମଧ୍ୟରେ ଭାରତ ପକ୍ଷରୁ ତିଳକ ବର୍ମା ୨୬ ରନ୍‍, ଅକ୍ଷର ପଟେଲ ୨୩ କରିଛନ୍ତି ।ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଆରମ୍ଭରୁ ଆଉଟ୍ ହୋଇଥିଲେ ଓପନର୍ କ୍ଵିଣ୍ଟନ ଡି କକ୍ । ଅର୍ଶଦୀପଙ୍କ ଦ୍ଵିତୀୟ ବଲ୍‌ରେ ଡି କକ୍‌ଙ୍କୁ କ୍ୟାଚ୍ ଆଉଟ୍ କରାଇଥିଲେ ଅଭିଷେକ ଶର୍ମା ।ବାରବାଟୀରେ ଉଭୟ ବ୍ୟାଟିଂ ଓ ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମକ ଦେଖିବାକୁ ମିଳିଛି । ଅପରାଜିତ ୨୮ ବଲ୍‌ରେ ପାଣ୍ଡ୍ୟା ୫୯ ରନ୍‌ ସ୍କୋର୍ କରିଥିଲେ । ପାଣ୍ଡ୍ୟା ୬ଟି ଚଉକା ସହ ୪ଟି ଛକା ମାରିଥିଲେ । ଡେଭିଡ୍ ମିଲରଙ୍କୁ ମାତ୍ର ୧ ରନ୍‌ ସ୍କୋର୍‌ରେ ପାଣ୍ଡ୍ୟା ଆଉଟ୍ କରିଥିଲେ ।ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟାର୍ ଅଫ୍ ଦି ମ୍ୟାଚ୍‌ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here