କୋଲକାତା ସ୍ଥିତ ସଲ୍ଟ ଲେକ୍ ବିବେକାନନ୍ଦ ଯୁବଭାରତୀ ଷ୍ଟାଡିୟମ ଏବେ ରଣକ୍ଷେତ୍ର ପାଲଟିଛି । ଫୁଟବଲ୍ ଖେଳାଳୀ ଲିୟୋନେଲ୍ ମେସିଙ୍କୁ ଦେଖି ନପାରି ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ପ୍ରଶଂସକମାନେ ଚେୟାର ଫିଙ୍ଗା ଫୋପାଡ଼ା କରିବା ସହିତ ମମତା ବାନାର୍ଜୀଙ୍କ ସରକାର ଉପରେ ବର୍ଷିଛନ୍ତି । ଆଜି ସଲ୍ଟ ଲେକ୍ ବିବେକାନନ୍ଦ ଯୁବଭାରତୀ ଷ୍ଟାଡିୟମରେ କର୍ଯ୍ୟକମ ଆୟୋଜନ କରାଯାଇଥିଲା । ସାରା ଦେଶରୁ ପ୍ରଶଂସକମାନେ ଟିକେଟ୍ କିଣି ଦେଖିବାକୁ ଆସିଥିଲେ କିନ୍ତୁ ଏଥିରେ ମେସୀ ମାତ୍ର ୧୦ ମିନିଟ୍ ଷ୍ଟାଡିୟମରେ ରହିବା ପରେ ଫେରିଯାଇଥିଲେ । ଏହାପରେ ଦର୍ଶକମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡ଼ିଥିଲା । ଚେୟାର, ବୋତଲ୍ ଫିଙ୍ଗିବା ସହିତ ହୋର୍ଡିଂ ବ୍ୟାନର୍ ଚିରି ଥିଲେ ଏବଂ ମମତାଙ୍କ ଉପରେ ବର୍ଷିଥିଲେ । ମେସି ଅଧିକ ସମୟ ରହିଥିଲେ ତାଙ୍କୁ ଦେଖିବାକୁ ମିଳିଥାନ୍ତା, ଅନ୍ୟ ଅଧିକାରୀମାନେ ତାଙ୍କୁ ଘେରି ରହିଥିବାରୁ ତାଙ୍କୁ ଦେଖିବା ବି ସମ୍ଭବ ହୋଇ ନଥିଲା ।ମେସୀ ମାତ୍ର ୧୦ ମିନିଟ୍ ଷ୍ଟାଡିୟମରେ ରହି ଫେରିଯାଇଥିଲେ । କାର୍ଯ୍ୟକ୍ରମରେ ବଲିଉଡ୍ କିଙ୍ଗ୍ ଖାନ୍ ଶାହାରୁଖ ମଧ୍ୟ ଆସିବାର ମଧ୍ୟ କାର୍ଯ୍ୟକ୍ରମ ଥିଲା । ଶାହାରୁଖ ମଧ୍ୟ ଆସିନଥିଲେ । ଏହି ଇଭେଣ୍ଟର ଟିକେଟ୍ ବହୁତ ମହଙ୍ଗା ଥିଲା। ଏହି ଇଭେଣ୍ଟର ଟିକେଟ୍ ୫,୦୦୦ ରୁ ୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ଥିଲା।

LEAVE A REPLY

Please enter your comment!
Please enter your name here