ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଜାନୁଆରୀରେ ଆରମ୍ଭ ହେବା ପରଠାରୁ ତାଙ୍କ ପ୍ରଶାସନର ନୀତି ଉପରେ ଡେମୋକ୍ରାଟିକ୍ ରାଜ୍ୟଗୁଡ଼ିକ ସହିତ ବିବାଦ ଜାରି ରହିଛି। ଟ୍ରମ୍ପ ପ୍ରଶାସନର ପ୍ରମୁଖ ନୀତି, H-1B ଭିସାରେ ୧ ଲକ୍ଷ ଫି ବୃଦ୍ଧିକୁ କାଲିଫର୍ନିଆ, ନ୍ୟୁୟର୍କ, ଇଲିନୋଇସ୍ ଏବଂ ଅନ୍ୟାନ୍ୟ ରାଜ୍ୟ ସମେତ ୧୯ଟି ରାଜ୍ୟ କୋର୍ଟରେ ଚ୍ୟାଲେଞ୍ଜ କରୁଛନ୍ତି।କାଲିଫର୍ନିଆ ଏବଂ ଅନ୍ୟାନ୍ୟ ରାଜ୍ୟ ଟ୍ରମ୍ପ ପ୍ରଶାସନ ବିରୁଦ୍ଧରେ ମାମଲା ଦାୟର କରିଛନ୍ତି। H-1B କାର୍ଯ୍ୟକ୍ରମ ଆମେରିକୀୟ ନିଯୁକ୍ତିଦାତାମାନଙ୍କୁ ଆମେରିକାର ଶ୍ରମ ବିଭାଗ ଦ୍ୱାରା ପରିଭାଷିତ ବିଶେଷ ବୃତ୍ତି ପାଇଁ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଅନୁମତି ଦିଏ।ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ବାନ୍ତା କହିଛନ୍ତି, କୌଣସି ରାଷ୍ଟ୍ରପତି ମନଇଚ୍ଛା ଆମର ସ୍କୁଲ, ହସ୍ପିଟାଲ ଏବଂ ବିଶ୍ୱବିଦ୍ୟାଳୟକୁ ଅସ୍ଥିର କରିପାରିବେ ନାହିଁ, ଏବଂ କୌଣସି ରାଷ୍ଟ୍ରପତି କଂଗ୍ରେସ, ସମ୍ବିଧାନ କିମ୍ବା ଆଇନକୁ ଅଣଦେଖା କରିପାରିବେ ନାହିଁ।କାଲିଫର୍ନିଆ ଆଟର୍ଣ୍ଣି ଜେନେରାଲ ରବ ବାନାଟା ‘ଏକ୍ସ’ରେ ଲେଖିଛନ୍ତି ଯେ ଟ୍ରମ୍ପଙ୍କ ଅବୈଧ ନୂତନ ୧ ଲକ୍ଷ H-1B ଭିସା ଫି’ ଶିକ୍ଷକ, ଡାକ୍ତର, ଗବେଷକ, ନର୍ସ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କର୍ମଚାରୀଙ୍କ ନିଯୁକ୍ତିରେ ବାଧା ସୃଷ୍ଟି କରିପାରେ ଏବଂ କାଲିଫର୍ନିଆର ଅତ୍ୟାବଶ୍ୟକୀୟ ସେବା ପ୍ରଦାନ କରିବାର କ୍ଷମତାକୁ ବିପଦରେ ପକାଇପାରେ, ବିଶେଷକରି ସାଧାରଣ ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ ଏକ ମହଙ୍ଗା ପ୍ରତିବନ୍ଧକ ସୃଷ୍ଟି କରିପାରେ । ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଏହି ମାମଲା ମାସାଚୁସେଟ୍ସର ଫେଡେରାଲ୍ କୋର୍ଟରେ ଉପସ୍ଥାପିତ କରାଯିବ।














