ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଯୁକ୍ତି ପତ୍ର ବାଣ୍ଟିବା ସମୟରେ ମୁସଲିମ ମହିଳାଙ୍କ ବୁର୍କା ଟାଣିବା ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି ନୀତିଶ କୁମାରଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ଏହାକୁ ନେଇ ସେ ଏକ୍ସରେ ଲେଖିଛନ୍ତି, ମୁସଲିମ ମହିଳାଙ୍କ ବୁର୍କା ବଳପୂର୍ବକ ହଟାଇବା ସେମାନଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିଛି । ସେ କୋଠି ବାଗ ଥାନାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ସେ କାଶ୍ମୀର ପୋଲିସକୁ ଟ୍ୟାଗ କରି ଏହି ମାମଲାରେ ସଠିକ୍ ପଦକ୍ଷେପ ନେବାକୁ ଅପିଲ୍ ମଧ୍ୟ କରିଛନ୍ତି ।ଏହା ସହିତ ଇଲତିଜା ହିଜାବ ଏବଂ ନକାବ ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେ ଲେଖିଛନ୍ତି, ପ୍ରିୟ ସାର, ମୁଁ ଆପଣଙ୍କ ଧ୍ୟାନ ଏକ ଘୃଣାସ୍ପଦ ଘଟଣା ଆଡକୁ ଟାଣିବାକୁ ଚାହୁଁଛି । ଏହି ଘଟଣା ମୁସଲିମ ମହିଳାଙ୍କୁ ବେଶ ବ୍ୟଥିତ କରିଛି । ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମସ୍ତ ଲୋକଙ୍କ ଉପସ୍ଥିତିରେ ଯୁବ ମୁସଲିମ ମହିଳା ଡାକ୍ତରଙ୍କ ମୁହଁରୁ ହିଜାବ ଟାଣିବାକୁ ଉଦ୍ୟମ କରିଛନ୍ତି ଏବଂ ନିନ୍ଦନୀୟ କଥା ଏହି ସମୟରେ ସେଠାରେ ଉପସ୍ଥିତ ଉପମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ଲୋକ ଏହା ଦେଖି ମଧ୍ୟ ହସୁଥିଲେ ।














