ରାଜନୀତି ସହଜ ପାଠ ନୁହେଁ । ଲୋକଙ୍କ ବିଶ୍ବାସ ଜିତିବା ପାଇଁ ନେତାଙ୍କୁ କେତେ କଣ କରିବାକୁ ପଡୁଛି । ଛତିଶଗଡର ରାୟପୁର ନିକଟସ୍ଥ ଏକ ଗାଁରେ ଧାନକ୍ଷେତରେ ଚାଷୀଙ୍କ ସହ ମିଶି ଧାନ କାଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସମଗ୍ର ଦେଶରେ ତାଙ୍କ ପାର୍ଟି କ୍ଷମତାକୁ ଆସିଲେ ଛତିଶଗଡ ଭଳି କୃଷି ନୀତି ଆପଣେଇବ ବୋଲି କହିଛନ୍ତି ରାହୁଲ । ଆଗକୁ ନିର୍ବାଚନ ଆସୁଥିବାରୁ ନେତାମାନେ ଭିନ୍ନ ଭିନ୍ନ ପନ୍ଥା ଗ୍ରହଣ କରୁଥିବା ବେଳେ ରାହୁଲ ଚାଷୀ ବେଶରେ ଚାଷୀଙ୍କ ସହ କଥା ହୋଇଛନ୍ତି । ଚାଷୀ ଖୁସି ହେଲେ ଦେଶ ଖୁସି ହେବ ବୋଲି ସେ ଏକ୍ସରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here