ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ମାମଲାରେ ଏବେ ଆକ୍ସନ ମୋଡରେ ୟୁନୁସ ସରକାର । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଛି । ଶନିବାର ଏହାର ସୂଚନା ଦେଇଛନ୍ତି ବାଂଲାଦେଶ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ । ଶୁକ୍ରବାର ୨୭ ବର୍ଷୀୟ ସନାତନ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହା ପରେ ଗଛରେ ଟାଙ୍ଗି ଶବକୁ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ ।ୟୁନୁସ କହିଛନ୍ତି, ରାପିଡ ଆକ୍ସନ ବାଟାଲିୟନ ଏହି ଘଟଣାରେ ସାତ ଜଣ ସନ୍ଦିଗ୍ଧ ଲୋକଙ୍କୁ ଗିରଫ କରାଯାଇଛି । ଏହା ମଧ୍ୟରେ ବାଂଲାଦେଶର ଜଣେ ପ୍ରମୁଖ ଯୁବ ନେତାଙ୍କ ମୃତଦେହ ସିଙ୍ଗାପୁରରୁ ଢାକା ଅଣାଯାଇଛି । ବାଂଲାଦେଶ ସରକାର ନିଜର ନାଗରିକଙ୍କୁ ଅସାମାଜିକ ତତ୍ୱ ଦ୍ୱାରା ହେଉଥିବା ହିଂସାଠୁ ଦୂରରେ ରହିବାକୁ ଆହ୍ୱାନ କରିଥିଲେ । ବାଂଲାଦେଶ ଯୁବ ନେତା ହାଦୀଙ୍କ ହତ୍ୟା ପରେ ଦେଶର ବିଭିନ୍ନ ଭାଗରେ ଗୁରୁବାର ରାତିରେ ହିଂସାକାଣ୍ଡ ଘଟିଛି । ହାଦୀଙ୍କ ମୃତ୍ୟୁ ଘଟିଥିବା ମହମ୍ମଦ ୟୁନୁସ ଟେଲିଭିଜନ ମାଧ୍ୟମରେ ଦେଶକୁ ସୂଚନା ଦେବା ପରେ ଦେଶରେ ଏସବୁ ହିଂସାକାଣ୍ଡ ଘଟିଛି ,ଏସବୁ ମଧ୍ୟରେ ଉତ୍ତେଜିତ ଲୋକେ ହିନ୍ଦୁ ଯୁବକଙ୍କୁ ପିିଟି ହତ୍ୟା କରିଛନ୍ତି । ହିନ୍ଦୁ ଯୁବକଙ୍କ ହତ୍ୟାକୁ ଭାରତ ଘୋର ନିନ୍ଦା କରିଛି ।














