ଭିଜିଲାନ୍ସ ଜାଲରେ ପଡ଼ିଲେ ବିଞ୍ଝାରପୁରର ଅତିରିକ୍ତ ତହସିଲଦାର ପ୍ରଦୀପ୍ତ କୁମାର ସେଠୀ। ଯାଜପୁର ବିଂଝାରପୁର ଫତେପୁର ମନେଇ ବାଲିଘାଟକୁ ଯାଉଥିବା ରାସ୍ତାରେ ଥିବା ଘରୋଇ ଜମି ଉପରେ ସରକାରୀ ରାସ୍ତା ଭାବେ ମାପଚୁପ ହୋଇଥିଲା । ଘରୋଇ ଜମି ମାଲିକଙ୍କ ଅଭିଯୋଗ ପରେ ତାଙ୍କୁ ଡିମାର୍କେସନ କେସ କରି ମାପ ଚୁପ୍ କରିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଅତିରିକ୍ତ ତହସିଲଦାର । ନିରଞ୍ଜନ ମଲ୍ଲିକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଅଲାର ପୁର, ହ୍ୟାଲୋ ଭିଜନ ସ୍ଥିତ ଭଡ଼ା ଘର ନିକଟରେ ଟଙ୍କା ନେବା ବେଳେ ଧରିଲା ଭିଜିଲାନ୍ସ , ତାଙ୍କ ଭଡା ଘରୁ ଭିଜିଲାନ୍ସ ଟିମ୍ ନଗଦ ଦୁଇ ଲକ୍ଷ ଟଙ୍କା ଜବତ କରିଛି ।














