ନିର୍ବାଚନ ପ୍ରଚାରକୁ ମୁଖ୍ୟମନ୍ତ୍ରୀ ଯାଉଥିବାବେଳେ ତାଙ୍କ ହେଲିକପ୍ଟରକୁ ଯାଞ୍ଚକରିଛନ୍ତି ନିର୍ବାଚନ ଅଧିକାରଙ୍କ ଫ୍ଲାଇଂ ସ୍କ୍ୱାର୍ଡ । ତେବେ ଯାଞ୍ଚ ସମୟରେ ଫ୍ଲାଇଂ ସ୍କ୍ୱାର୍ଡକୁ ନବୀନ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କ ସହ କୌଣସି ଯୁକ୍ତିତର୍କ ନକରି ମୁଖ୍ୟମନ୍ତ୍ରୀ ସାଧାରଣ ପ୍ରାର୍ଥୀ ପରି ହେଲିକପ୍ଟରରେ ବସି ରହିଥିଲେ । ଯାଞ୍ଚ ସରିବା ପର୍ଯ୍ୟନ୍ତ ହେଲିକପ୍ଟରରେ ଅପେକ୍ଷା କରିଥିଲେ ନବୀନ । ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଥିବାରୁ କଡାକଡି ନଜର ନିର୍ବାଚନ କମିଶନ । ଆଉ ଏଥିରୁ ମୁଖ୍ୟମନ୍ତ୍ରୀ ବି ବାଦ ପଡିନାହାଁନ୍ତି ।

LEAVE A REPLY

Please enter your comment!
Please enter your name here