ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କୁ ଜେଲରେ ସାକ୍ଷାତ କରିଛନ୍ତି ପ୍ରତାପ ଜେନା । ସୋମବାର ବିଜେଡ଼ି ରାଜ୍ୟ ଉପସଭାପତି ପ୍ରତାପ ଜେନା, ସୁବାଷ ବେହେରା,ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ଅନେକ ନେତା ବ୍ରହ୍ମପୁର ମଣ୍ଡଳ କାରାଗାରରେ ପହଞ୍ଚି , ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କୁ ଭେଟିଛନ୍ତି । ଏହା ପରେ ପ୍ରତାପ ଜେନା କହିଛନ୍ତି ଯେ ବିକ୍ରମ ପଣ୍ଡାଙ୍କୁ ସାକ୍ଷାତ କରି କଥା ହେଲୁ । ଯେପରି ଭାବରେ ଏକ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଫସାଇ ଦିଆଯାଇଛି, ପ୍ରଭୁ ଜଗନ୍ନାଥଙ୍କ ଉପରେ ବିଶ୍ୱାସ ଅଛି, ନିଶ୍ଚିତଭାବେ ଖୁବଶୀଘ୍ର ସତ୍ୟର ଜୟ ହେବ । ନ୍ୟାୟିକ ବ୍ୟବସ୍ଥା ଉପରେ ମଧ୍ୟ ବିଶ୍ୱାସ ଅଛି ସତ୍ୟର ଜୟ ହେବ । ସେହିପରି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି ଯେ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କୁ ଗିରଫ କରିଛନ୍ତି । ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି କି ଦିନେ ସେ ନିର୍ଦ୍ଦୋଷରେ ମୁକୁଲିବେ ।













