ରାଜ୍ୟ ସରକାର ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପଦବୀରେ ଅଦଳବଦଳ କରିଛନ୍ତି । ଅର୍ଥ ସଚିବ ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ବିଭାଗ ସଚିବ ଭାବେ ବଦଳି କରାଯାଇଥିବା ବେଳେ ପର୍ଯ୍ୟଟନ ସଚିବ ବିଶାଲ ଦେବଙ୍କୁ ଅର୍ଥ ବିଭାଗ ସଚିବ ଭାବେ ବଦଳି କରାଯାଇଛି । କ୍ରିଡା ଓ ଯୁବସେବା ବିଭାଗ ସଚିବ ଅତିରିକ୍ତ ଦାୟିତ୍ବ ନେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା । ପଞ୍ଚାୟତିରାଜ ବିଭାଗ ସଚିବ ଡି.କେ. ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗ ସଚିବ ଦାୟିତ୍ବ । ଖଣି ସଚିବ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗ ସଚିବ ଦାୟିତ୍ବ । ଏଥିସହିତ ସୁରେନ୍ଦ୍ର କୁମାରଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here