ଭିଜିଲାନ୍ସ ଜାଲରେ ପଡ଼ିଲେ ସରକାରୀ କର୍ମଚାରୀ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ଘରେ ଭିଜିଲାନ୍ସ ଆଜି ରେଡ୍ କରିଛି। ନିଜର ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ, ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ବାଲେଶ୍ବର, ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୫ଟି ସ୍ଥାନରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ରବୀନ୍ଦ୍ରକୁମାର ବାରିକଙ୍କ ବାଲେଶ୍ଵରର ଗୋପାଳଗାଁରେ ତିନି ମହଲା କୋଠା, ତିନି ମହଲା ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ, ଜିମ୍ ଏବଂ ବାଲେଶ୍ୱରର କଲ୍ୟାଣ ମଣ୍ଡପ ସହିତ ସୁନ୍ଦରଗଡ଼ରେ ତାଙ୍କର କାର୍ଯ୍ୟାଳୟ,ଭଡା ଘରେ ରେଡ୍ ହୋଇଛି ।ସୁନ୍ଦରଗଡ଼ ସହ ବାଲେଶ୍ଵର ଚୂନ ଭାଟି ନିକଟରେ ଥିବା ସାଇ ଗାର୍ଡେନ ଉପରେ ଭିଜିଲାନ୍ସ ଟିମ ମଧ୍ୟ ଚଢ଼ାଉ କରିଛି ।

LEAVE A REPLY

Please enter your comment!
Please enter your name here