ଖୁସିରେ ପରିବାର ପ୍ରିୟଜନଙ୍କ ସହ ଜନ୍ମଦିନ କେକ୍ କାଟିଥିଲା ଦଶବର୍ଷୀୟା ମାନଭି । ମାତ୍ର କେକ୍ କାଟି କେକ୍ ଖାଇବା ପରେ ପରିବାରର ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ଆଉ ଜନ୍ମଦିନ ଖୁସି ଶୋକ ଦିବସରେ ପରିଣତ ହୋଇଥିଲା । ଦଶବର୍ଷିୟା କୁନି ଝିଅ ମାନଭି ଆଖି ବୁଜିଦେଇଥିଲା । ଏହି ଘଟଣାର ତଦନ୍ତ କରୁଥିବା ଟିମ୍ କେକ୍ ପରୀକ୍ଷା କରିଥିଲେ । ଲାବୋରେଟୋରୀରୁ ଆସିଥିବା ରିପୋର୍ଟ ଅନୁଯାୟୀ କେକରେ ମିଶିଥିଲା ମିଠା ଜହର । ପଞ୍ଜାବ ପାତିଆଲା ସହରର ଏକ ବ୍ୟାକେରୀରୁ ଅନ ଲାଇନରେ ଅର୍ଡର କରାଯାଇଥିଲା କେକ୍ । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ କେକରେ ଅଧିକ ପରିମାଣର saccharine ମିଶାଯାଇଥିଲା । ଏହା ପାଟିକୁ ମିଠା ଲାଗୁଥିବା ଏକ ସିନ୍ଥେଟିକ୍ ମିଠା । ମୃଦୁ ଥଣ୍ଟା ପାନୀୟରେ ଏହାକୁ ବ୍ୟବହାର କରାଯାଇଥାଏ । ମାତ୍ର ଏହାର ପରିମାଣ ଅଧିକ ହୋଇଗଲେ ଏହା ଶରୀରରେ ରକ୍ତ ଶର୍କରା ପରିମାଣ ବୃଦ୍ଧି କରିଦେଇଥାଏ ଏବଂ ମୃତ୍ୟୁର କାରଣ ହୋଇଥାଏ । ପାତିଆଲର ତଦନ୍ତକାରୀ ଟିମ୍ ସଂପୃକ୍ତ ବାକେରୀ ନାଁରେ ଥାନାରେ ଏତଲା ଦେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here