ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଅନଶନରେ ବସିଛନ୍ତି କଏଦୀ । ଜେଲ ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଧାରଣାରେ ବସିଛନ୍ତି । ଗତକାଲି ରାତିଠାରୁ ପ୍ରାୟ ୫୪୬ ଜଣ କଏଦୀ ଧାରଣା ଦେଇଛନ୍ତି । ଠିକରେ ଖାଦ୍ୟ ନ ଦେବା, ପରିବାର ସଦସ୍ୟଙ୍କୁ ଭେଟିବାକୁ ନ ଦେବା ଓ ଶୀତବସ୍ତ୍ର ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଗତକାଲି ରାତିରୁ କଏଦୀମାନେ ନ ଖାଇ ନ ପିଇ ଧାରଣାରେ ବସିଛନ୍ତି । ଖବର ପାଇ ଅତିରିକ୍ତ ଏସପି, ଟାଉନ ଥାନା ପୋଲିସ ଏବଂ ଏସଡିପିଓ କଏଦୀଙ୍କ ପାଖରେ ପହଞ୍ଚି ତାଙ୍କ ସହିତ ଆଲୋଚନା କରିଛନ୍ତି । ଜେଲ୍ ଗାଇଡ୍ ଅନୁଯାୟୀ ସୁବିଧା ସୁଯୋଗ ଦିଆଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି । ଏହା ସହିତ ଜେଲ ପରିସରରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here